ନକଲି ଦେଶୀ ମଦ ସହ ଅଟୋ ଜବତ ବାପ,ପୁଅଙ୍କ ସମେତ ୩ ଗିରଫ

ପୁରୁଷୋତ୍ତମପୁର,୨ା୮(ଡି.ଏନ୍‌.ଏ.)-ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ଗୁରୁବାର ଅପରାହ୍ନରେ ଧୋବାଡି ପାଟପୁର-ବାଳକୃଷ୍ଣପୁର ରାସ୍ତାରୁ ମଦ ବୋଝେଇ ଏକ ଅଟୋ (ନଂ.ଓଡି ୦୭ ଏସ ୨୮୧୨)କୁ ଜବତ କରିଛି। ଏଥିରୁ ୨୪୦ ଲିଟର ଦେଶୀ ନକଲି ମଦ ଜବତ କରିବା ସହ ମଦ ଚାଲାଣ କରୁଥିବା ଧୋବାଡି ପାଟପୁର ଗ୍ରାମର ବାପା-ପୁଅଙ୍କ ସମେତ ଅଟୋ ଚାଳକଙ୍କୁ ଗିରଫ କରିଛି। ସେମାନେ ହେଲେ ଧୋବାଡି ପାଟପୁର ଗ୍ରାମର ମଦ ମାଫିଆ ବାପା ଜୟ ସ୍ବାଇଁ, ପୁଅ ସୁକାନ୍ତ ଓ ଅଟୋ ଚାଳକ ସୁଦାମ ଗୌଡ।
ହେଲା ଜୟ ଓ ସୁକାନ୍ତ ଅବାଧ ମଦ କାରବାର ଚଳାଇଥିଲେ। ବିଭିନ୍ନ ସମୟରେ ପୋଲିସ ଚଢାଉ କରୁଥିବାବେଳେ ଏମାନେ କୌଶଳକ୍ରମେ ଖସି ଯାଉଥିଲେ। ବାପା, ପୁଅ ଅଟୋ ଯୋଗେ ମଦ ଆଣୁଥିବା ଖବର ପାଇ ସାଦା ପୋଷାକରେ ପୋଲିସ ଜଗି ରହିଥିଲା। ସେହିରାସ୍ତା ଦେଇ ଯିବାବେଳେ ପୋଲିସ ସମସ୍ତଙ୍କୁ କାବୁ କରିଥିଲା। ନଂ ୧୭୪/୧୯,୧୭୫/୧୯ଓ ୧୭୬/୧୯ ପ୍ରକାରେ ମାମଲା ରୁଜୁ କରାଯାଇଛି, ଶୁକ୍ରବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ଜଗନ୍ନାଥ ମଲ୍ଲିକଙ୍କ କହିଛନ୍ତି।

Share