Categories: ଜାତୀୟ

ନକଲି ପରିଚୟ ପତ୍ର ତିଆରିକରି ଏମ୍‌ବିଏ ହେଲେ ଆଇପିଏସ୍‌ ଅଫିସର: ଫେସବୁକ୍‌ ବାନ୍ଧବୀଙ୍କୁ ବଳାତ୍କାର ଅଭିଯୋଗ

ନୂଆଦିଲ୍ଲୀ,୧୫।୬: ନକଲି ପରିଚୟ ପତ୍ର ତିଆରି କରି ନିଜକୁ ଆଇପିଏସ୍‌ ଅଫିସର କହୁଥିବା ଜଣେ ଏମ୍‌ବିଏ ପାସ୍‌ କରିଥିବା ଯୁବକଙ୍କୁ ପୂର୍ବ ଦିଲ୍ଲୀର ମୟୂର ବିହାର ପୋଲିସ ଗିରଫ କରିଛି। ନକଲି ଆଇପିଏସ୍‌ ଅଫିସର ପୀୟୂଷଙ୍କୁ ସ୍ଥାନୀୟ ନ୍ୟୁ ଅଶୋକ ନଗରସ୍ଥିତ ତାଙ୍କ ଘରୁ ଗିରଫ କରାଯାଇଛି। ସେ ନିଜ ପାଖରେ ନାର୍କୋଟିକ୍ସ୍‌ କଣ୍ଟ୍ରୋଲ ବ୍ୟୁରୋ ପରିଚୟପତ୍ର ଜବତ କରାଯାଇଛି। ଫେସ୍‌ବୁକ୍‌ରେ ସେ ଜଣେ ଯୁବତୀଙ୍କ ସହିତ ଚିହ୍ନା ପରିଚୟ ହେବା ପରେ ତାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ତେବେ ପୀୟୂଷ ଫେରାର ହୋଇଯାଇଥିଲେ। ପୀୟୂଷଙ୍କ ଘରୁ ଭାରତ ସରକାର ଲେଖା ଥିବା ଆଇ-୧୦ କାର୍‌ ମଧ୍ୟ ଜବତ କରାଯାଇଛି।

Share