Categories: ବାଣିଜ୍ୟ

ନକଲି ପ୍ରଡକ୍ଟ ବିକ୍ରି ମାମଲାରେ ଟାଇଟାନକୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୯-୯: ଇ-କମର୍ସ ସାଇଟ ସ୍ନାପଡିଲରେ ନକଲି ଟାଇଟାନ ଏବଂ ଫାଷ୍ଟ୍ରାକ ଘଣ୍ଟା ବିକ୍ରି ମାମଲାରେ ଟାଇଟାନ କମ୍ପାନୀକୁ ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ଆଶ୍ୱସ୍ତି ମିଳିଛି। ସ୍ନାପଡିଲରେ ନକଲି ପ୍ରଡକ୍ଟ ବିକ୍ରି ନେଇ ରୋହିତ କୁମାର ଜୈନ ଏବଂ ଧରମ ପାଲଙ୍କ ବିରୋଧରେ ଟାଇଟାନ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା। କୋର୍ଟ ଟାଇଟାନ ସପକ୍ଷରେ ନିଷ୍ପତ୍ତି ଶୁଣାଇଛନ୍ତି। ଏହି ଦୁଇ ବ୍ୟକ୍ତିଙ୍କ ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ସ୍ନାପଡିଲକୁ ଏକ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ପକ୍ଷର ସତ୍ୟପାଠ ଦେବାକୁ କୁହାଯାଇଛି। ସ୍ନାପଡିଲ ଏହାର ଓ୍ବେବସାଇଟରେ ଟାଇଟାନ ଏବଂ ଫାଷ୍ଟ୍ରାକର ଅସଲି ପ୍ରଡକ୍ଟ ବିକ୍ରି ନେଇ ନିଶ୍ଚିତ କରାଇବାକୁ ନ୍ୟାୟାଳୟ ନିର୍ଦ୍ଦେଶରେ କହିଛନ୍ତି। ଦିଲ୍ଲୀ ହାଇକୋର୍ଟର ଏହି ନିଷ୍ପତ୍ତିକୁ ସ୍ବାଗତ କରୁଛୁ ବୋଲି ଟାଇଟାନ କମ୍ପାନୀ ଲିମିଟେଡର ଓ୍ବାଚେସ୍‌ ଏବଂ ଆସେସୋରିଜ ସିଇଓ ଏସ୍‌. ରବିକାନ୍ତ କହିଛନ୍ତି। ଗ୍ରାହକଙ୍କ ସ୍ବାର୍ଥକୁ ସର୍ବଦା ଧ୍ୟାନ ରଖିଥିବା ବେଳେ ପ୍ରଡକ୍ଟଗୁଣବତ୍ତାରେ କୌଣସି ସାଲିସ କରି ନ ଥାଉ ବୋଲି ସିଇଓ କାନ୍ତ କହିଛନ୍ତି।

Share