ନକଲି ବନ୍ଧୁକ ଜବତ,୩ ଅଭିଯୁକ୍ତ ଗିରଫ

ବାଙ୍ଗିରିପୋଷି,୨୧ା୧୦(ଡି.ଏନ୍‌.ଏ.): ବାଙ୍ଗିରିପୋଷି ଥାନା ପୋଲିସ ରବିବାର ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଏକ ନକଲି ବନ୍ଧୁକ ଜବତ ହୋଇଛି। ପୋଲିସ ସୂଚନା ଅନୁଯାୟୀ, ୩ ଜଣ ବନ୍ଧୁକଧାରୀ ଯୁବକ ଏକ ବାଇକ ଯୋଗେ ବିଶୋଇ ପଟୁ ବାଙ୍ଗିରିପୋଷି ଆଡକୁ ଆସୁଥିବା ବାଙ୍ଗିରିପୋଷି ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା ା ସେମାନଙ୍କର ଗତିବିଧି ଲକ୍ଷ୍ୟ ପାଇଁ କିଛି ପୋଲିସ କର୍ମଚାରୀ ଘାଟି ଉପରେ ଜଗି ରହିଥିବା ବେଳେ ଘାଟି ତଳେ ଥାନା ଅଧିକାରୀ ଚନ୍ଦନ କୁମାର ଘଡାଇଙ୍କ ସହ ପୋଲିସ ଟିମ ମଧ୍ୟ ସଜାଗ ରହିଥିଲା ା କିଛି ସମୟ ବ୍ୟବଧାନରେ ଏକ ବାଇକରେ ୩ ଜଣ ଯୁବକ ଆସୁଥିବା ଲକ୍ଷ୍ୟ କରି ସେମାନଙ୍କୁ ଅଟକାଇବାକୁ ପ୍ରୟାସ କରାଯାଇଥିଲା। କିନ୍ତୁ ସେମାନେ ଅଟକି ନ ଥିଲେ। ପୋଲିସର ସନ୍ଦେହ ଦୃଢିଭୁତ ହେବାରୁ ସେମାନଙ୍କୁ ପିଛା କରିଥିଲା। ଦୀର୍ଘ ୧୦ କି.ମିରୁ ଊର୍ଦ୍ଧ୍ୱ ରାସ୍ତା ଗୋଡାଇବା ପରେ ପଥୁରୀ ପଞ୍ଚାୟତ ନିକଟରେ ସେମାନଙ୍କୁ ଧରିବାରେ ପୋଲିସ ସଫଳ ହୋଇଥିଲା। ତଲାସୀ ବେଳେ ସେମାନଙ୍କ ନିକଟରୁ ଏକ ନକଲି ବନ୍ଧୁକ ଜବତ ହୋଇଛି। ସେମାନେ ବ୍ୟବହାର କରିଥିବା ହୋଣ୍ଡା ସାଇନ ବାଇକକୁ ମଧ୍ୟ ପୋଲିସ ଜବତ କରିଛି। ପୋଲିସ ୩ ଅଭିଯୁକ୍ତଙ୍କୁ ଥାନାକୁ ନେଇ ପଚରାଉଚୁରା କରୁଥିବା ବେଳେ ଥାନାରେ ଏକ ମାମଲା(ନଂ. ୧୨୫/୧୯)ରୁଜୁ ହୋଇଛି। ସୋମବାର ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି।