Categories: ଗଞ୍ଜାମ

ନକଲି ବିଦେଶୀ ମଦ ଜବତ, ୨ ଗିରଫ

ପାଟପୁର,୧୭ା୫(ଡି.ଏନ.ଏ.)- ପାଟପୁର ଥାନା ଅନ୍ତର୍ଗତ ସାହାସପୁର ଗ୍ରାମରେ ଜଣେ ବ୍ୟବସାୟୀ ନକଲି ମଦ ପ୍ରସ୍ତୁତ କରି ବିଭିନ୍ନ ପଞ୍ଚାୟତକୁ ଚାଲାଣ କରୁଥିବା ଅଭିଯୋଗକୁ ଭିତ୍ତିକରି ଗତ ସୋମବାର ଉକ୍ତ ଗ୍ରାମର ସୁବାସ ଚନ୍ଦ୍ର ସାହୁ ଓରଫ ବାବୁଲାଙ୍କୁ ଗିରଫ କରାଯାଇଥିଲା। ଏହାକୁ ନେଇ ନକଲି ମଦ ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶିଛି। ବୁଧବାର ଡ଼େଙ୍ଗାଡ଼ି ପଞ୍ଚାୟତ ଲେଙ୍କାଖାଲି ଗ୍ରାମର ଇନ୍ଦ୍ର ପରିଡ଼ାଙ୍କ ଘରୁ ୧୭ ଲିଟର ନକଲି ବିଦେଶୀ ମଦ ଜବତ କରିଥିଲା। ଦିଗପହଣ୍ଡି ଅବକାରୀ ବିଭାଗ ପାଟପୁର ପୋଲିସ ସହାୟତାରେ ଉକ୍ତ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ସେହିପରି ଗୁରୁବାର ପ୍ରତାପଗିରି ଗ୍ରାମର ପାଣ ଜେନା ଏବଂ ଏରେଣ୍ଢ୍ରା ଗ୍ରାମର ଦରଜି ବରାଡ଼ ନାମକ ୨ ନକଲି ବ୍ୟବସାୟୀଙ୍କଠାରୁ ମଦ ଜବତ ହୋଇଛି। ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି। ଚିକିଟି ଅବକାରୀ ରେଞ୍ଜର ଲକ୍ଷ୍ମଣନାଥ ଷଡ଼ଙ୍ଗୀ, ଦିଗପହଣ୍ଡି ରେଞ୍ଜର ଅଭିମନ୍ୟୁ ସାହୁ, ଏଏସଆଇ ରବୀନ୍ଦ୍ର ନାଥ ପାଢ଼ୀ, କନେଷ୍ଟବଳ ଡ଼ମ୍ବୁରୁ ପ୍ରସାଦ ବେହେରା, ଅଜୟ କୁମାର ସାହୁ, ଗୋବିନ୍ଦ ବେହେରା, ପଦ୍ମାବତୀ ସେଠୀଙ୍କ ସହ ପାଟପୁର ଥାନା ପୋଲିସ ସଦଳବଳେ ଚଢ଼ାଉ କରିଥିଲେ।