Advertisement

ନକଲି ବିରାଟ କୋହଲି, ମିଛ ପ୍ରମାଣପତ୍ର ସାହାରାରେ ହେଲେ ସରପଞ୍ଚ: ଆଉ ତା’ପରେ..

ପୁଣେ, ୩୦।୫: ମହାରାଷ୍ଟ୍ର ପୁଣେର ଏକ ଗାଁରେ ଜଣେ ବ୍ୟକ୍ତି ନକଲି ବିରାଟ କୋହଲି, ମିଛ ପ୍ରମାଣପତ୍ର ଦେଇ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି। ବିଠଲ ଘାଓ୍ବଟେ ନାମକ ଏହି ବ୍ୟକ୍ତିଙ୍କ ଅସଲ ମୁଖା ଖୋଲିବା ପରେ ତାଙ୍କ ସରପଞ୍ଚ ପଦ ରଦ୍ଦ କରାଯାଇଛି। ସୂଚନାଯୋଗ୍ୟ, ୨୦୧୮ରେ ସେଠାରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ବିଠଲ ସରପଞ୍ଚ ପ୍ରାର୍ଥୀ ହୋଇଥିଲେ। ନିର୍ବାଚନ ଜିତିବା ପାଇଁ ନକଲି ବିରାଟ କୋହଲିଙ୍କ ସାହାରା ନେଇଥିଲେ। ସେ ଚାରିଆଡେ ପ୍ରଚାର କରିଥିଲେ କି ମୋ ନିର୍ବାଚନୀ ସଭାକୁ କ୍ରିକେଟର୍‌ ବିରାଟ କୋହଲି ଆସିବେ। ସଭା ଆୟୋଜନ ପୂର୍ବରୁ ପ୍ରବଳ ଲୋକଙ୍କ ଭିଡ ଜମିଥିଲା। ଶେଷକୁ ବିରାଟ କୋହଲିଙ୍କ ଭଳି ଦେଖାଯାଉଥିବା ସୌରଭ ଗଦ୍ଦେ ନାମକ ଜଣେ ଯୁବକ ଆସି ସଭା ସ୍ଥଳରେ ପହଞ୍ଚିଥିଲେ। ଏହାସତ୍ତ୍ୱେ ଲୋକ ତାଙ୍କୁ ଭୋଟ ଦେଇ ଜିତାଇ ଥିଲେ। କିନ୍ତୁ ନିର୍ବାଚନ ପ୍ରାର୍ଥୀପତ୍ରରେ ଜାତି ପ୍ରମାଣପତ୍ର ଭୁଲ ଦେଇଥିବାରୁ ସରପଞ୍ଚ ହେବାର ବର୍ଷକ ପରେ ବିଠଲଙ୍କୁ ପଦ ହରାଇବାକୁ ପଡିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share