Categories: ଜାତୀୟ

ନକଲି ମୁଣ୍ଡ କେଶରେ ଯୁବକ ଲୁଚାଇ ନେଉଥିଲେ ଏକ କିଲୋ ସୁନା: ଧରିଲେ କଷ୍ଟମ୍‌ ଅଧିକାରୀ

କୋଚି,୫।୧୦: କେରଳରେ ଜଣେ ଯୁବକ ନକଲି ମୁଣ୍ଡ କେଶରେ ସୁନା ଲୁଚାଇ ନେଉଥିବା ସମୟରେ କଷ୍ଟମ୍‌ ଅଧିକାରୀଙ୍କ ହାତରେ ଧରାପଡ଼ିଛନ୍ତି। କୋଚି ବିମାନ ବନ୍ଦରରେ ଓହ୍ଲାଇଥିବା ନୌଶାଦ୍‌ ନାମକ ଏହି ଯୁବକ ମଲପ୍ପୁରମ୍‌ ବାସିନ୍ଦା। ସେ ସୌଦିରୁ ଚୋରା ସୁନା କାରବାର କରୁଥିବା କୁହାଯାଉଛି। ତାଙ୍କ ମୁଣ୍ଡ କେଶ ଷ୍ଟାଇଲ୍‌ ଦେଖି କଷ୍ଟମ୍‌ ଅଧିକାରୀଙ୍କ ସନ୍ଦେହ ହୋଇଥିଲା। ପରେ ତାଙ୍କୁ ପଚରା ଉଚରା କରି ମୁଣ୍ଡ କେଶ ଯାଞ୍ଚ୍‌ କରାଯାଇଥିଲା। ଯାଞ୍ଚ୍‌ ସମୟରେ ଏକ କିଲୋ ସୁନା ମିଳିଥିବା କଷ୍ଟମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୌଶାଦ୍‌ଙ୍କୁ ଗିରଫ କରାଯାଇଛି।

Share