Categories: ଜାତୀୟ

ନକଲି ସାନିଟାଇଜର ବିକ୍ରି ଅଭିଯୋଗରେ ୩ ଅଟକ

ପୁଣେ,୧୫।୩: କରୋନା ଭାଇରସ ଏବେ ତା’ର କାୟା ବିସ୍ତାର କରୁଥିବା ବେଳେ ଏହାଠାରୁ ଦୂରେଇ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସାନିଟାଇଜର ବ୍ୟବହାର କରିବାକୁ କୁହାଯାଇଛି। ବାରମ୍ବାର ହାତ ଧୋଇବା ଓ ପରିଷ୍କାର ପରିଚ୍ଛନ ପରିବେଶରେ ରହିଲେ କରୋନାକୁ ସହଜରେ ଦୂରେଇ ଦେଇ ହେବ ବୋଲି କୁହାଯାଉଛି। ଏଥିପାଇଁ ସାନିଟାଇଜର ଚାହିଦା ବଢିଯାଇଛି। ଲୋକେ ଘରେ ଘରେ ସାନିଟାଇଜର ବ୍ୟବହାର କରିବା ଆରମ୍ଭ କରି ଦେଇଛନ୍ତି। ଏହାକୁ ଦେଖି ମହାରାଷ୍ଟ୍ରର କେତେଜଣ ବ୍ୟକ୍ତି ନକଲି ସାନିଟାଇଜର ବିକ୍ରି କରିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଦ୍ୱାରା ଧରାପଡିଥିବା ଜଣାପଡିଛି। ଏହି ଅଭିଯୋଗରେ ମହାରାଷ୍ଟ୍ର ପୋଲିସ ୩ ଜଣଙ୍କୁ ଅଟକ ରଖିବା ସହ ସେମାନଙ୍କ ନିକଟରୁ ପାଖାପାଖି ୧.୨୦ ଲକ୍ଷ ଟଙ୍କାର ସାନିଟାଇଜର ସାମଗ୍ରୀ ଜବତ କରିଥିବା ସୂଚନା ମିଳିଛି। ଅଭିଯୁକ୍ତ ୩ ଜଣ ହେଲେ ଅଜୟ ଗାନ୍ଧୀ, ମୋହନ ଚୌଧୁରୀ ଓ ସୁରେଶ ଛେଡା।

Share