ନକଲି ସୋରିଷ ତେଲ କାରଖାନା ଠାବ, ମାଲିକ ଅଟକ

ଉଦଳା,୮।୧୧(ଡି.ଏନ୍‌.ଏ.): ମୟୁରଭଞ୍ଜ ଜିଲା ଉଦଳା ଥାନା ନାଗପାଳ ୧୨ନଂ ଓ୍ବାର୍ଡରେ ଶୁକ୍ରବାର ପୋଲିସ ଏକ ନକଲି ସୋରିଷ ତେଲ କାରଖାନା ଠାବ କରିଛି। ଏଠାରୁ ୫ହଜାର ଲିଟର ନକଲି ତେଲ ଜବତ କରାଯାଇଛି। ଉକ୍ତ କାରଖାନାରେ ରାଇସ୍‌ ଅଏଲ୍‌ର ଅନୁମତି ଥାଇ ସୋରିଷ ତେଲ ତିଆରି କରାଯାଇ ଅନ୍ୟ ବ୍ରାଣ୍ଡରେ ବିକ୍ରି କରାଯାଉଥିଲା। ତେବେ ଏହି ଘଟଣାରେ କାରଖାନାର ମାଲିକ ଗୌରାଙ୍ଗ ପାଣିଗ୍ରାହୀଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି।

Share