ନକାରାତ୍ମକ ଚିନ୍ତାଧାରା ପାଇଁ ଅବସାଦ ଦାୟୀ

ମନରେ ଅନେକ ସମୟରେ ନକାରାତ୍ମକ ଚିନ୍ତାଧାରା ଆସିଥାଏ। ଏଥିପାଇଁ ପାରିପାର୍ଶ୍ୱିକ ପରିବେଶ ଏବଂ ନିଜର ଦୁର୍ବଳ ମାନସିକତା ଅନେକାଂଶରେ ଦାୟୀ। ଯଦି ଜଣେ ବ୍ୟକ୍ତି ଅଧିକାଂଶ ସମୟ ଅବସାଦଗ୍ରସ୍ତ ରହନ୍ତି ତେବେ ତାଙ୍କ ମାନସିକତା ଅନେକ ସମୟରେ ନକାରାତ୍ମକ ରହିଥାଏ ବୋଲି ସିଡନୀ ୟୁନିଭର୍ସିଟିର ମନୋବିଜ୍ଞାନୀମାନେ ପ୍ରକାଶ କରିଛନ୍ତି। ଏପରି ଏକ ବିଷୟବସ୍ତୁ ଉପରେ ସେମାନେ ନିକଟରେ ଏକ ସର୍ଭେ କରିଥିଲେ। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ କେତେକ ବ୍ୟକ୍ତିଙ୍କ ଅଧିକାଂଶ ସମୟ ଅବସାଦଗ୍ରସ୍ତ ରହୁଥିବାର ଦେଖିବାକୁ ମିଳିଥିଲା। ସେମାନଙ୍କର ମାନସିକତାକୁ ତନ୍ନ ତନ୍ନ କରି ଅଧ୍ୟୟନ କରି ସେମାନେ ଜାଣିପାରିଥିଲେ ଯେ, ନକାରାତ୍ମକ ମାନସିକତା ପାଇଁ ସେମାନେ ଏପରି ପରିସ୍ଥିତିର ସାମନା କରୁଥିଲେ। ତେଣୁ ମାନସିକତାକୁ ସବୁବେଳେ ସକାରାତ୍ମକ ରଖିବାକୁ ଚେଷ୍ଟା କରିବା ଦରକାର ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।