Categories: ଜାତୀୟ

ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କଲେ ଅମିତ ଶାହ, ଆସିଲେନି ମମତା

ନୂଆଦିଲ୍ଲୀ, ୨୬।୮: ଦିଲ୍ଲୀର ବିଜ୍ଞାନ ଭବନରେ ନକ୍ସଲ ପ୍ରଭାବିତ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ବୈଠକକୁ ୧୦ ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଡକାଯାଇଥିଲା। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ, ଓଡ଼ିଶାରୁ ନବୀନ ପଟ୍ଟନାୟକ, ଝାଡଖଣ୍ଡରୁ ରଘୁବର ଦାସ, ଉତ୍ତର ପ୍ରଦେଶରୁ ଯୋଗୀ ଆଦିତ୍ୟନାଥ, ଆନ୍ଧ୍ର ପ୍ରଦେଶରୁ ଜଗନମୋହନ ରେଡ୍ଡୀ, ଛତିଶଗଡରୁ ଭୁପେଶ ବାଘେଲା, ବିହାରରୁ ନୀତିଶ କୁମାର ଯୋଗଦେଇଥିବାବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ,ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ପ୍ରମୁଖ ବୈଠକକୁ ଆସି ନ ଥିଲେ। ସୂଚନାଯୋଗ୍ୟ, ସ୍ବରାଷ୍ଟ ମନ୍ତ୍ରୀ ଭାବେ ଅମିତ ଶାହ ପ୍ରଥମଥର ପାଇଁ ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।

Share