Categories: ଖେଳ

ନକ୍‌ଆଉଟ୍‌ରେ ଗୁଜରାଟ

ଜୟପୁର, ୧୦।୧୦ (ପି.ଟି.)- ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆନୁକୂଲ୍ୟରେ ଚାଲିଥିବା ଦିନିକିଆ ଟୁର୍ନାମେଣ୍ଟ ବିଜୟ ହଜାରେ ଟ୍ରଫିରେ ଗୁରୁବାର ଖେଳାଯାଇଥିବା ଗ୍ରୁପ୍‌-ସି’ର ଏକ ମ୍ୟାଚ୍‌ରେ ଗୁଜରାଟ ୧୪ ରନରେ ସର୍ଭିସେସକୁ ପରାସ୍ତ କରିଛି। ଏଥିସହ ଗୁଜରାଟ ଦଳ ନକ୍‌ଆଉଟ୍‌ରେ ପ୍ରବେଶ କରିଛି। ପୂର୍ବରୁ ଏହି ଗ୍ରୁପ୍‌ରୁ ତାମିଲନାଡ଼ୁ ନକ୍‌ଆଉଟ୍‌ରେ ସ୍ଥାନ ପକ୍କା କରିଥିଲା।
ସ୍ଥାନୀୟ କେ.ଏଲ୍‌. ସାଇନି ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଅଧିନାୟକ ତଥା ଉଇକେଟ୍‌କିପର ପାର୍ଥିବ ପଟେଲଙ୍କ ୯୯ ରନ ବଳରେ ଗୁଜରାଟ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୯ ଉଇକେଟ୍‌ ହରାଇ ୨୭୯ ରନ କରିଥିଲା। ଅକ୍ଷର ପଟେଲ ୪୭ ରନର ଅପରାଜିତ ଇନିଂସ ଖେଳିଥିଲେ। ଜବାବରେ ସର୍ଭିସେସ ନକୁଳ ହର୍ପାଲ ବର୍ମାଙ୍କ ୮୨, ରବି ଚୌହାନଙ୍କ ୬୧ ରନ ସତ୍ତ୍ୱେ ନିର୍ଦ୍ଧାରିତ ଓଭରରେ ୮ ଉଇକେଟ୍‌ ହରାଇ ୨୬୫ ରନ କରିବାକୁ ସକ୍ଷମ ହୋଇଥିଲା। ଅକ୍ଷର ଓ ପିୟୂଷ ଚାଓ୍ବଲା ୨ଟି ଲେଖାଏ ଉଇକେଟ୍‌ ନେଇଥିଲେ।

Share