କେନ୍ଦୁଝର,୫।୬( ସ୍ବ.ପ୍ର.): କେନ୍ଦୁଝର ଜିଲା ନଗରଭବନଠାରେ ବୁଧବାର ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଡିଏଫ୍ଓ ସନ୍ତୋଷ ଯୋଶୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ଡା. ଭକ୍ତ ଚରଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ପରିବେଶର ସୁରକ୍ଷା ଓ ଜୀବନ ରକ୍ଷା ପାଇଁ ଉପସ୍ଥିତ ଅତିଥିମାନେ ସୁଚିନ୍ତିତ ମତ ଦେଇଥିଲେ। ପ୍ରକୃତିବନ୍ଧୁ ପୁରସ୍କାର ପାଇଥିବା ୯ ଜଣଙ୍କୁ ପୁରସ୍କୃତ କରାଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ଓ୍ବାର୍କିଂ ପ୍ଲାନ୍ ଅଧିକାରୀ ଏସ୍.କେ. ନାୟକ, ଡିଏଫ୍ଓ ପି.କେ. ସେଠୀ, ଏସିଏଫ୍ ସୁରେଶ ସେଠୀ ଓ ବନ୍ୟପ୍ରାଣୀ ପରିଚାଳକ ହରେକୃଷ୍ଣ ମହାନ୍ତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଥିଲେ। ଶେଷରେ ବଡ଼ବିଲ ରେଞ୍ଜ ଅଧିକାରୀ ଧନ୍ୟବାଦ ପ୍ରଦାନ କରିଥିଲେ।