Categories: ଜାତୀୟ

ନଜରବନ୍ଦୀ ନେତାଙ୍କ ପାଇଁ ହରଡ଼ଘଣାରେ ସରକାର: ୩ ମାସରେ ଖର୍ଚ୍ଚ ହେଲାଣି ୨ କୋଟି ୬୫ ହଜାର

ଶ୍ରୀନଗର,୫।୧୧: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଶାନ୍ତି ଶୃଙ୍ଖଳା ଏବଂ ଯେକୌଣସି ଅଭାବନୀୟ ସ୍ଥିତିକୁ ଏଡ଼ାଇବା ପାଇଁ ସରକାର କେତେକ ରାଜନେତାଙ୍କୁ ନଜରବନ୍ଦୀ କରିଥିଲେ। ତେବେ ଏହି ପଦକ୍ଷେପ ଏବେ ସରକାରଙ୍କ ପାଇଁ ହରଡ଼ଘଣା ପାଲଟିଛି। ଗତ ୩ ମାସ ମଧ୍ୟରେ ଏସବୁ ରାଜନେତାଙ୍କ ଲାଗି ସରକାରଙ୍କୁ ୨ କୋଟି ୬୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି। ଏବେ ଏହି ରାଜନେତାଙ୍କୁ ଡାଲ୍‌ ହ୍ରଦ ନିକଟରେ ଥିବା ହୋଟେଲ୍‌ ସେଣ୍ଟୋର କିମ୍ବା ବିଧାୟକ ହଷ୍ଟେଲକୁ ସ୍ଥାନାନ୍ତର କରିବା ପାଇଁ ସରକାର ଯୋଜନା କରିଛନ୍ତି। ଏସବୁ ରାଜନେତାଙ୍କ ମଧ୍ୟରେ ପିଡିପି ମୁଖ୍ୟ ମେହବୁବା ମୁଫ୍‌ତି, ନ୍ୟାସନାଲ୍‌ କନଫରେନ୍ସ୍‌ର ଓମାର ଅବଦୁଲାଙ୍କ ସମେତ ୩୧ ଜଣ ରହିଛନ୍ତି। ଏବେ ଏହି ନେତାଙ୍କୁ ଆଇଟିଡିସିର ଏକ ହୋଟେଲ୍‌ରେ ରଖାଯାଇଛି।

Share