Categories: ଜାତୀୟ

ନଜରବନ୍ଦୀ ପରେ ପ୍ରଥମ ଥର ଫାରୁକଙ୍କ ସହ ସାକ୍ଷାତ୍‌ କଲେ ୧୫ ଏନ୍‌ସି ନେତା

ଜମ୍ମୁ,୬।୧୦: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରାଯିବା ପରେ ପ୍ରଥମଥର ଲାଗି ନ୍ୟାଶନାଲ କନଫରେନ୍ସ(ଏନ୍‌ସି)ର ୧୫ ଜଣ ନେତା ନଜରବନ୍ଦୀ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଓ ତାଙ୍କ ପତ୍ନୀ ମୌଲି ଅବଦୁଲ୍ଲାଙ୍କୁ ସାକ୍ଷାତ୍‌ କରିଛନ୍ତି। ରବିବାର ଶ୍ରୀନଗରସ୍ଥିତ ଫାରୁକ ଅବଦୁଲ୍ଲାଙ୍କ ଘରେ ଏମାନେ ତାଙ୍କୁ ଭେଟିଛନ୍ତି। ସୂଚନାଯୋଗ୍ୟ, ଶନିବାର ଜମ୍ମୁ-କଶ୍ମୀର ରାଜ୍ୟପାଳ ଏହି ୧୫ ଜଣ ନେତାଙ୍କୁ ଫାରୁକଙ୍କ ସହ ସାକ୍ଷାତ୍‌ କରିବାକୁ ଅନୁମତ ପ୍ରଦାନ କରିଥିଲେ। ଏହାପରେ ନ୍ୟାଶନାଲ କନଫରେନ୍ସର ନେତା ଦେବେନ୍ଦ୍ର ରାଣା କହିଛନ୍ତି ଉଭୟ ସୁସ୍ଥ ଓ ଖୁସି ଅଛନ୍ତି।

Share