ନଜର ଆସିଲା ଶ୍ରଦ୍ଧା-ପ୍ରଭାସଙ୍କ ରୋମାନ୍ସ

ମୁମ୍ବାଇ: ବଲିଉଡ୍‌ ନାୟିକା ଶ୍ରଦ୍ଧା କପୁର ଓ ସାଉଥ୍‌ ଷ୍ଟାର ପ୍ରଭାସଙ୍କର ରୋମାଣ୍ଟିକ ଅନ୍ଦାଜ ଏବେ ସାମ୍ନାକୁ ଆସିଛି। ଅଗଷ୍ଟ ୩୦ରେ ରିଲିଜ୍‌ ହେବାକୁ ଥିବା ବଲିଉଡ୍‌ ମୁଭି ‘ସାହୋ’ରେ ଉଭୟ ନଜର ଆସିବେ। ହେଲେ ଏବେ ଏହାର ଏକ ପୋଷ୍ଟର ପ୍ରଭାସ ତାଙ୍କ ଇନଷ୍ଟାଗ୍ରାମରେ ଶେୟାର କରିବା ପରେ ଫିଲ୍ମକୁ ନେଇ ପୁଣି ଉତ୍ସାହିତ ହୋଇ ପଡିଛନ୍ତି ଦର୍ଶକେ। ଆକ୍ସନ, ସସପେନ୍ସ ଓ ରୋମାନ୍ସରେ ଭରପୁର ‘ସାହୋ’। ଏହା ଆସନ୍ତା ଅଗଷ୍ଟ ୧୫ରେ ରିଲିଜ୍‌ ହେବ ବୋଲି ପୂର୍ବରୁ ସ୍ଥିତ କରାଯାଇଥିବା ବେଳେ ନିର୍ମାତା କିନ୍ତୁ ପୁଣି ଥରେ ଏହାର ରିଲିଜ୍‌ ଡେଟ୍‌ ଘୁଞ୍ଚାଇ ଦେଇଛନ୍ତି। ତେବେ ପ୍ରଥମଥର ଲାଗି ପ୍ରଭାସ ଓ ଶ୍ରଦ୍ଧା ସ୍କ୍ରିନ୍‌ ଶେୟାର କରିଥିବାରୁ ଉଭୟଙ୍କ ଯୋଡିକୁ ଦେଖିବାକୁ ଦର୍ଶକେ ଉତ୍ସାହର ସହ ଅପେକ୍ଷା ରଖିଛନ୍ତି। ଏବେ ପ୍ରଭାସ ଯେଉଁ ପୋଷ୍ଟରଟି ଶେୟାର କରିଛନ୍ତି ସେଥିରେ ସେ ଲେଖିଛନ୍ତି, ଡାର୍ଲିଂ ଆମେ ଆପଣଙ୍କ ପାଖକୁ ଅଗଷ୍ଟ ୩୦ରେ ଆସୁଛୁ। ଏଥିରେ ପ୍ରଭାସ ଏକ ଗୁଇନ୍ଦା କର୍ମୀ ଭାବେ ନଜର ଆସିବେ। ତେବେ ପୂର୍ବରୁ ଏହାର ଟିଜର୍‌ ରିଲିଜ୍‌୍‌ ହୋଇସାରିଥିବା ବେଳେ ଏହାର ଏକ ଗୀତ ମଧ୍ୟ ରିଲିଜ୍‌ ହୋଇସାରିଛି।

Share