ନଜୁଲ୍‌ ଆର୍‌ଆଇ ସର୍କଲରେ ବିଭିନ୍ନ ସମସ୍ୟା ନେଇ ଟାଉନ କଂଗ୍ରେସ ପକ୍ଷରୁ ଦାବିପତ୍ର

ଭବାନୀପାଟଣା,୨୩।୬(ଡିଏନ୍‌ଏ): ଭବାନୀପାଟଣା ସହରସ୍ଥିତ କଳାହାଣ୍ଡି ତହସିଲର ନଜୁଲ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟରେ ବିଭିନ୍ନ ଅବ୍ୟବସ୍ଥା ନେଇ ଭବାନୀପାଟଣା ଟାଉନ କଂଗ୍ରେସ ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଭବାନୀପାଟଣା ଟାଉନ କଂଗ୍ରେସ ସଭାପତି ନୀମାଞ୍ଚଳ ନାଏକଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ଦଳ କଳାହାଣ୍ଡି ତହସିଲଦାରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ା ଏଥିରେ କାର୍ଯ୍ୟାଳୟରେ ବହୁଦିନ ଧରି ଇଣ୍ଟରନେଟ୍‌ କନେକ୍ସନ ଫେଲ୍‌ ରହୁଥିବାରୁ ଲୋକେ ବିଭିନ୍ନ ସାର୍ଟିଫିକେଟ୍‌ ମ୍ୟୁଟେସନ ରିପୋର୍ଟ ଅନ୍‌ଲାଇନରେ ଆବେଦନ କରି ଠିକ୍‌ ସମୟରେ ପାଇ ପାରୁ ନ ଥିବା ଅଭିଯୋଗ ହେଉଛି। ଫଳରେ ଦୂରରୁ ଆସୁଥିବା ଆବେଦନକାରୀମାନଙ୍କୁ ହଟହଟା ହେବାକୁ ପଡୁଛି। ଏ ନେଇ ବାରମ୍ବାର ଜିଲା ପ୍ରଶାସନ ଠାରେ ଦାବି କରାଯାଉଥିଲେ ମଧ୍ୟ ସୁଫଳ ମିଳୁନାହିଁ ା
ଏହି ପ୍ରତିନିଧି ଦଳରେ ଟାଉନ କଂଗ୍ରେସ ଉପସଭାପତି ପ୍ରୀତମ ବେହେର, ସମ୍ପାଦକ ଭାଗବତ ଲାଲ, ପ୍ରକାଶ ନାଏକ, ଜିଲା କଂଗ୍ରେସ ସମ୍ପାଦକ ବ୍ରଜ ସାହୁ ପ୍ରମୁଖ ସାମିଲ ଦେଇଥିଲେ।