Categories: ଜାତୀୟ

ନଡ଼ା ନ ଜଳାଇବା ଚାଷୀଙ୍କୁ ସରକାର ଦେବେ ୨ହଜାର ୫ଶହ ଟଙ୍କା ପ୍ରୋତ୍ସାହନ ରାଶି

ଚଣ୍ଡିଗଡ଼,୧୪।୧୧: ନଡା ଜଳାଇବାକୁ ନେଇ ପଞ୍ଜାବ ସରକାର ଏବେ ଏକ ବଡ ପଦକ୍ଷେପ ନେଇଛନ୍ତି। ସୁପ୍ରିମକୋର୍ଟର ନିର୍ଦ୍ଦେଶ ପରେ ପଞ୍ଜାବ ସରକାର ଏବେ ନଡ଼ା ନ ଜଳାଉଥିବା ଚାଷୀଙ୍କୁ ଏକର ପିଛା ୨ହଜାର ୫ଶହ ଟଙ୍କା ପ୍ରୋତ୍ସାହନ ରାଶି ଦେବେ ବୋଲି ଘୋଷଣା କରିଛନ୍ତି। ଏଥିପାଇଁ ନଭେମ୍ବର ୩୦ ସୁଦ୍ଧା ଚାଷୀମାନେ ଏକ ସ୍ବଘୋଷିତ ପତ୍ର ଜମା କରିବାକୁ ପଡିବ। ଏହାପରେ ଏହି ପ୍ରୋତ୍ସାହନ ରାଶି ସିଧା ସେମାନଙ୍କ ବ୍ୟାଙ୍କ ଖାତାକୁ ଯିବ ବୋଲି ଜଣାପଡିଛି। ଅବଶ୍ୟ ଏଥିପାଇଁ ସରକାର ଆଉ କେତେ ଗୁଡିଏ ସର୍ତ୍ତ ମଧ୍ୟ ରଖିଛନ୍ତି। ସୂଚନାଯୋଗ୍ୟ, ଚାଷୀମାନେ ଏଥିପାଇଁ ୩ହଜାର ଟଙ୍କା ଦାବି କରୁଥିବା ବେଳେ ସରକାର ଏବେ ସେମାନଙ୍କୁ ଅଢେଇ ହଜାର ଟଙ୍କା ଦେବେ ବୋଲି ସ୍ଥିର କରିଛନ୍ତି।

Share