Categories: ଜାତୀୟ

ନଡ଼ା ପୋଡ଼ି ୪୧% କମିଛି

ନୂଆଦିଲ୍ଲୀ,୨ା୧୧(ଆଇଏଏନ୍‌ଏସ୍‌): ଦିଲ୍ଲୀରେ ଉତ୍କଟ ବାୟୁ ପ୍ରଦୂଷଣ ପାଇଁ ପଡୋଶୀ ପଞ୍ଜାବ ଓ ହରିୟାଣାରେ ପର୍ଯ୍ୟାପ୍ତ ନଡ଼ା ପୋଡ଼ାଯିବାକୁ ଅଧିକାଂଶ ଦାୟୀ କରୁଛନ୍ତି। ତେବେ ପୂର୍ବ ୩ ବର୍ଷ ତୁଳନାରେ ଉପରୋକ୍ତ ଦୁଇ ରାଜ୍ୟରେ ନଡ଼ା ପୋଡ଼ାଯିବା ପାଖାପାଖି ୪୧ ପ୍ରତିଶତ ହ୍ରାସ ପାଇଥିବା କେନ୍ଦ୍ର ସରକାର ସତ୍ୟପାଠ ଜରିଆରେ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ସାଟେଲାଇଟ ମ୍ୟାପିଙ୍ଗ୍‌ରୁ ଏହି ତଥ୍ୟ ସଂଗ୍ରହ ହୋଇଥିବା ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୨୦୧୮ରେ ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶରେ ନଡ଼ା ପୋଡିବା ପରିମାଣ ଯଥାକ୍ରମେ ୧୧, ୨୯.୫ ଏବଂ ୨୪.୫ ପ୍ରତିଶତ ହ୍ରାସ ପାଇଥିଲା ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ନଡ଼ା ପୋଡ଼ିବା ବଦଳରେ ଏହାକୁ ନଷ୍ଟ କରିବା ଲାଗି କୃଷକମାନଙ୍କୁ ମେଶିନ କିଣିବା ଲାଗି କେନ୍ଦ୍ର ସରକାର ସବ୍‌ସିଡି ଯୋଗାଇ ଦେଉଛନ୍ତି। ଚଳିତବର୍ଷ ଏବାବଦରେ ପଞ୍ଜାବକୁ ୨୬୯.୩୮ କୋଟି, ହରିୟାଣାକୁ ୧୩୭.୮୪ କୋଟି, ଉତ୍ତରପ୍ରଦେଶକୁ ୧୪୮.୬୦ କୋଟି ଏବଂ କେନ୍ଦ୍ରୀୟ ସଂସ୍ଥାକୁ ୨୮.୫୧ କୋଟି ଟଙ୍କା ଯୋଗାଇଦିଆଯାଇଥିବା ମନ୍ତ୍ରଣାଳୟ ସର୍ବୋଚ୍ଚ ଅଦାଲତଙ୍କୁ ଜଣାଇଛି।

Share