ନଡ଼ିଆ ତେଲରେ ପ୍ରସ୍ତୁତ ଖାଦ୍ୟ ଖାଇଲେ ମିଳିଥାଏ ଏହି ଫାଇଦା

ନଡ଼ିଆ ତେଲକୁ ଆମେ ସାଧାରଣତଃ ତ୍ୱଚା ଏବଂ ମୁଣ୍ଡରେ ଲଗାଇଥାଉ। ମାତ୍ର ଏହାକୁ ଖାଦ୍ୟ ପ୍ରସ୍ତୁତିରେ ସାମିଲ କଲେ ଅନେକ ଫାଇଦା ମିଳିଥାଏ। ଏକ ସର୍ଭେରୁ ଜଣାଯାଇଛି, ଦୈନଦିନ ଖାଦ୍ୟରେ ନଡ଼ିଆତେଲ ବ୍ୟବହାର କଲେ ସୁସ୍ଥ ରହିବା ସହ ଫୂର୍ତ୍ତି ଲାଗେ। ଏହା ଆୟୁଷ ମଧ୍ୟ ବୃଦ୍ଧି କରିଥାଏ।

୧. ନଡ଼ିଆ ତେଲରେ ପ୍ରସ୍ତୁତ ଖାଦ୍ୟ ଖାଇଲେ ଶରୀରର ଓଜନ ନିୟନ୍ତ୍ରିତ ହୋଇଥାଏ। ଫେଟରେ ଚର୍ବି ହୋଇ ନ ଥାଏ।

୨. ଆଜିକାଲି ଅନେକ ଲୋକ ହୃଦ୍‌ଘାତର ଶିକାର ହେଉଛନ୍ତି। କିନ୍ତୁ ପ୍ରତିଦିନ ଖାଦ୍ୟ ପ୍ରସ୍ତୁତିରେ ନଡ଼ିଆ ତେଲ ବ୍ୟବହାର କଲେ ହୃଦ୍‌ଘାତ ଆଶଙ୍କା ଦୂର ହୋଇଥାଏ।

୩. ନଡ଼ିଆ ତେଲ ବ୍ୟବହାର ଦ୍ୱାରା ହାଡ଼ ଓ ଦାନ୍ତ ମଜଭୁତ ହୋଇଥାଏ। ଏହି ତେଲରେ ପ୍ରସ୍ତୁତ ଖାଦ୍ୟ ନିୟମିତ ଭାବେ ଖାଇଲେ କ୍ୟାଲସିୟମ ଓ ମ୍ୟାଗ୍ନେସିୟମର ମାତ୍ରା ଶରୀରରେ ଠିକ୍‌ ରହିଥାଏ। ଫଳରେ ଥଣ୍ଡା, ଆଜ୍‌ମା ପରି ରୋଗରୁ ମୁକ୍ତି ମିଳିଥାଏ।

୪. ନଡ଼ିଆ ତେଲରେ ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଭାଇରାଲ ଓ ଆଣ୍ଟି ମାଇକ୍ରୋବିୟଲ ଆଦି ଗୁଣ ଭରପୂର ମାତ୍ରାରେ ରହିଥାଏ। ଅନ୍ୟ ସମସ୍ତ ବ୍ୟାକ୍ଟେରିଆକୁ ନଷ୍ଟ କରି ବିଭିନ୍ନ ରୋଗରୁ ରକ୍ଷା କରିଥାଏ।

୫. ବଦହଜମୀର ଶିକାର ହେଉଥିଲେ ଏହି ତେଲରେ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ। ଏହା ଶରୀରରେ ଇମ୍ୟୁନିଟି ସିଷ୍ଟମକୁ ମଜଭୁତ କରିବା ସହିତ ପେଟରେ ବ୍ୟାକ୍ଟେରିଆ ସୃଷ୍ଟିକୁ ନିୟନ୍ତ୍ରଣ କରିଥାଏ।