ଆବଶ୍ୟକ ସାମଗ୍ରୀ: ନଡିଆ -୨ଟି, ମିଲ୍କମେଡ – ୧ କପ୍, ପେସ୍ତା ବାଦାମ -୧୦ରୁ ୧୨, ଅଳେଇଚ ପାଉଡର – ୪/୫ ସ୍ପୁନ୍, ଘିଅ – ୨-୩ ଚାମଚ
ପ୍ରସ୍ତୁତି ପ୍ରଣାଳୀ: ନଡିଆକୁ ଭଲଭାବେ କୋରି ଦିଅନ୍ତୁ। କୋରାଯାଇଥିବା ନଡିଆକୁ ୫ରୁ ୧୦ ସେକେଣ୍ଡ୍ ପର୍ଯ୍ୟନ୍ତ ଗ୍ରାଇଣ୍ଡିଂ କରନ୍ତୁ ଯେପରିକି ଏହା ସମ୍ପୂର୍ଣ୍ଣ ପେଷ୍ଟ୍ ହେବ ନାହିଁ। ଗ୍ୟାସ୍ରେ ପ୍ୟାନ୍କୁ ଗରମ କରି ୨ ଚାମଚ ଘିଅ ପକାନ୍ତୁ। ଘିଅ ଗରମ ହେଲେ ନଡିଆ ଗୁଣ୍ଡ ପକାଇ ୫ ମିନିଟ୍ ପର୍ଯ୍ୟନ୍ତ ଲଗାତାର ଭାଜନ୍ତୁ। ଏବେ ଏଥିରେ ମିଲ୍କମେଡ୍ ମିଶାଇ ଗୋଳାନ୍ତୁ ଯେପରି ଏହା ତଳେ ଲାଗି ନ ଯିବ। ଏହି ମିଶ୍ରଣ ଭଲଭାବେ ଗାଢ ହେବା ପରେ ଏଥିରେ ଅଳେଇଚ ପାଉଡର ପକାନ୍ତୁ। ଏବେ ଗ୍ୟାସ୍ ବନ୍ଦ କରନ୍ତୁ। ଏକ ଷ୍ଟିଲ ପ୍ଲେଟ୍ରେ ଘିଅ ଲଗାଇ ଏହି ମିଶ୍ରଣକୁ କାଢି ଖେଳାଇ ଦିଅନ୍ତୁ। ଏବେ ଏଥିରେ ପିସ୍ତା ଖଣ୍ଡ ଖଣ୍ଡ କରି ପକାନ୍ତୁ ଚାମଚରେ ଭଲଭାବେ ଗୋଳାଇ ତାକୁ ପ୍ଲେଟରେ ସେଟ୍ ହେବାକୁ ଛାଡି ଦିଅନ୍ତୁ। ଏହା କିଛି ସମୟ ପ୍ଲେଟରେ ରହି ଗଲାପରେ ୫-୧୦ ସେକେଣ୍ଡ୍ ପର୍ଯ୍ୟନ୍ତ ପ୍ଲେଟକୁ ହାଲ୍କା ଗରମ କରି ଦିଅନ୍ତୁ। ଯାହାଦ୍ୱାରା ବର୍ଫି ସହଜରେ ପ୍ଲେଟ୍ରୁ ବାହାରିପାରିବ। ଏବେ ପ୍ରସ୍ତୁତ ହୋଇଗଲା ନଡିଆ ବର୍ଫି। ଏହାକୁ ୭-୮ ଦିନ ପର୍ଯ୍ୟନ୍ତ ଫ୍ରିଜ୍ରେ ରଖି ଖାଇପାରିବେ।