ନୂଆଦିଲ୍ଲୀ,୧୧-୧୦(ପି.ଟି.): ଭାଜପାର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ଜେଡ୍ ସୁରକ୍ଷା ଯୋଗାଇ ଦିଆଯାଇଛି। ତାଙ୍କୁ ଏଣିକି କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍ପିଏଫ୍)ର ୩୫ ଜଣ କମାଣ୍ଡୋ ଦିନରାତି ସୁରକ୍ଷା ଯୋଗାଇଦେବେ। ନଡ୍ଡାଙ୍କ ଜୀବନ ପ୍ରତି ବିପଦ ବଢ଼ୁଥିବାରୁ ଏହାକୁ ବିଚାରକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଉପରୋକ୍ତ ନିଷ୍ପତ୍ତି ନେଇଛି। ଦେଶ ଭିତରେ ନଡ୍ଡା ଯୁଆଡେ ଯିବେ ତାଙ୍କ ସହ କମାଣ୍ଡେମାନେ ରହିବେ। ଏଥିସହିତ ତାଙ୍କ ବାସଭବନରେ ମଧ୍ୟ ଯବାନ ମୁତୟନ ରହିବେ ବୋଲି ଜଣେ ଅଧିକାରୀ କହିଛନ୍ତି।