Categories: ଜାତୀୟ

ନଡ୍ଡା ହେଲେ ଭାଜପା ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୦।୧: କେନ୍ଦ୍ରର ଶାସନ ଗାଦିରେ ବସିଥିବା ଭାରତୀୟ ଜନତା ପାର୍ଟି(ଭାଜପା)କୁ ଦୀର୍ଘ ୬ ବର୍ଷ ପରେ ଏବେ ମିଳିଛି ନୂଆ ଅଧ୍ୟକ୍ଷ। ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଜରିଆରେ ଭାଜପାର କାର୍ଯ୍ୟକାରୀ ଅଧ୍ୟକ୍ଷ ଥିବା ଜଗତ ପ୍ରକାଶ ନଡ୍ଡାକୁ ନୂଆ ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଛି। ନଡ୍ଡା ଅଧ୍ୟକ୍ଷ ନିର୍ବାଚିତ ହେବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଓ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ। ଦୀର୍ଘ ପ୍ରାୟ ସାଢେ ୫ବର୍ଷ ଅଧ୍ୟକ୍ଷ ପଦରେ ଥିବା ଅମିତ ଶାହାଙ୍କ କାର୍ଯ୍ୟକାଳ ଏବେ ସମାପ୍ତ ହୋଇଛି। ହିମାଚଳର ପ୍ରଥମ ନେତା ଭାବେ ନଡ୍ଡାଙ୍କୁ ଏହି ଗୁରୁଦାୟିତ୍ୱ ମିଳିଛି।

Share