ନଦୀକୁ ଖସିଲା ଯାତ୍ରୀବାହୀ ବସ୍‌: ଉଦ୍ଧାର କାର୍ଯ୍ୟ ଜାରି

କାଠମାଣ୍ଡୁ,୩।୧୧: ନେପାଳରେ ଏକ ଯାତ୍ରୀବାହୀ ବସ୍‌ ନଦୀକୁ ଖସି ପଡ଼ିଛି। ଏହି ଘଟଣାରେ ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ସଙ୍କୋଶୀ ନଦୀରେ ବସ୍‌ଟି ନିୟନ୍ତ୍ରଣ ହରାଇ ଖସିପଡ଼ିଛି। ବସ୍‌ରେ ୩୪ ଜଣ ଯାତ୍ରୀ ଥିଲେ। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ଥିବା ପୋଲିସ କହିଛି। ବସ୍‌ଟି କାଠମାଣ୍ଡୁରୁ ମାଗା ଦେଉରାଲୀ ଯାଉଥିଲା।

Share