ନଦୀରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ଫୁଲବାଣୀ ଅଫିସ,୨୩ା୭- ଫୁଲବାଣୀ ନାରାୟଣୀ ମନ୍ଦିର ନିକଟ ସାଲୁଙ୍କି ନଦୀରେ ଭାସୁଥିବା ଜଣେ କଲେଜ ଛାତ୍ରୀଙ୍କ ମୃତଦେହକୁ ସୋମବାର ଉଦ୍ଧାର କରାଯାଇଛି ା ପାରିପାର୍ଶ୍ୱିକ ସ୍ଥିତିକୁ ଲକ୍ଷ୍ୟ କଲେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି। ହେଲେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିଲାପରେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ପୋଲିସ କହିଛି ା ମୃତା ଛାତ୍ରୀ ହେଲେ ଟିକାବାଲି ବ୍ଲକ ବୁର୍ବିନାଜୁ ପଞ୍ଚାୟତ ଟୁଡୁବାଲି ପଦାସାହିର ସୁନନ୍ଦା ନାୟକ ା ସୁନନ୍ଦା ଫୁଲବାଣୀ ମାଷ୍ଟରପଡାରେ ମାମୁଘରେ ରହି ପାଠ ପଢୁଥିଲେ ା ଚଳିତ ବର୍ଷ ସେ ଯୁକ୍ତ ୨ ପାସ କରିଥିଲେ ା ଅର୍ଥ ଅଭାବରୁ ଯୁକ୍ତ ୩ରେ ନାମ ଲେଖାଇ ପାରି ନ ଥିଲେ। ସୋମବାର ଅପରାହ୍ନ ପ୍ରାୟ ୨ଟାରେ ସୁନନ୍ଦା ନଦୀରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ ା ଦମକଳ କର୍ମଚାରୀ ପହଞ୍ଚି ତାଙ୍କୁ ପାଣିରୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ା ଟାଉନ ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏ ନେଇ ନଂ.୩୫/୧୯ରେ ମାମଲା ରୁଜୁ କରାଯାଇଛି।

Share