ନଦୀରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

ଭଦ୍ରକ ଅଫିସ,୧୯।୯: ଭଦ୍ରକ ଟାଉନ ଥାନା ଅଧିନସ୍ଥ ଶଙ୍କରପୁର ଗାଁର ରାଜେଶ ରାଉତ(୩୦) ବୁଧବାର ରାତିରୁ ନିଖୋଜ ଥିଲେ। ରାତିରେ ମାଛ ଧରିବାକୁ ଯାଇ ସେ ଆଉ ଘରକୁ ଫେରି ନ ଥିଲେ। ଏନେଇ ପରିବାର ଲୋକେ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେବାରୁ ଟାଉନ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ। ତେବେ ଗୁରୁବାର ସକାଳୁ ସାଳନ୍ଦୀ ନଦୀ ନିକଟରୁ ତାଙ୍କ ମୃତଦେହ ମିଳିଛି। ବର୍ତ୍ତମାନ ସୁଦ୍ଧା ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାହିଁ।