Categories: ଜାତୀୟ

ନଦୀରେ ଓଲଟିଲା ଡଙ୍ଗା:୭ ମୃତ, ୨୦ ନିଖୋଜ

ପାଟନା,୪।୧୦:ବିହାରର କଟିହାରରେ ଏକ ଅଭାବନୀୟ ଘଟଣା ଘଟିଛି। ମହାନନ୍ଦା ନଦୀରେ ଏକ ଡଙ୍ଗା ବୁଡି ଯିବାରୁ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ନିଖୋଜ ଅଛନ୍ତି। ଏପର୍ଯ୍ୟନ୍ତ ୨୮ ଜଣଙ୍କୁ ଉଦ୍ଧାର କରାଯାଇଛି। ଡଙ୍ଗାରେ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ ବୋଲି ଜଣାପଡିଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ସୂଚନାଯୋଗ୍ୟ, ଡଙ୍ଗାରେ ବସିଥିବା ଲୋକ ପଶ୍ଚିମବଙ୍ଗର ମାଳଦାରୁ ବିହାରର କଟିହାର ଯାଉଥିବାବେଳେ ଏଭଳି ଅଘଟଣ ଘଟିଛି। ଘଟଣାସ୍ଥଳରେ ଏନଡିଆରଏଫ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି।

Share