Categories: ଫୁରସତ

ନଦୀରେ ପାଣି ନାହିଁ ରହିଛି ପଥର !

ମସ୍କୋ: ନଦୀରେ ସାଧାରଣତଃ ପାଣି ପ୍ରବାହିତ ହୋଇଥାଏ। ତେବେ ନଦୀ ଶଯ୍ୟାରେ ଦୀର୍ଘ ୬ କିମିରୁ ଅଧିକ ବାଟ ପଥର ଭରି ରହିଥିବା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। ରୁଷିଆରେ ଏଭଳି ନଦୀ ରହିଛି। ଲୋକେ ଏହାକୁ ଷ୍ଟୋନ୍‌ ରିଭର କୁହନ୍ତି। ନଦୀ ଶଯ୍ୟାରେ କିଭଳି ଅସଂଖ୍ୟ ପଥର ରହିଲା ସେ ନେଇ ସ୍ଥାନୀୟ ଲୋକେ କୌଣସି ତଥ୍ୟ ଦେଇ ପାରୁ ନ ଥିବା ବେଳେ ଗବେଷକ କୁହନ୍ତି ଯେ, ହଜାର ହଜାର ବର୍ଷ ତଳେ ଅଧିକ ଉଚ୍ଚସ୍ଥାନରୁ ହିମଖଣ୍ଡ ନଦୀ ଶଯ୍ୟାରେ ଖସି ପଡ଼ିଥିବା ଯୋଗୁ ଏଭଳି ହୋଇଥାଇପାରେ। ହିମଖଣ୍ଡରେ ଥିବା ବୃହତ୍‌ ଆକାରର ପଥର ଭାଙ୍ଗି ଛୋଟ ଛୋଟ ପଥରରେ ପରିଣତ ହୋଇ ସେବେଠାରୁ ନଦୀ ଶଯ୍ୟାରେ ପଡ଼ି ରହିଥିବା ଅନୁମାନ କରାଯାଇଥାଏ। ଗଦା ହୋଇଥିବା ପଥର ଖଣ୍ଡ ମଧ୍ୟରେ ୨୦ ମିଟରରୁ ଆରମ୍ଭ କରି ୨ ଶହରୁ ୭ ଶହ ମିଟର ପର୍ଯ୍ୟନ୍ତ ଜଳ ଧାରା ନଦୀ ଶଯ୍ୟାରେ ଦେଖିବାକୁ ମିଳିଥାଏ। ଏଠାରେ ଥିବା ବଡ଼ ପଥର ଖଣ୍ଡର ଓଜନ ୧୦ ଟନ ପର୍ଯ୍ୟନ୍ତ ହୋଇଥାଏ। ନଦୀ କୂଳରେ ବଡ଼ ବଡ଼ ଦେବଦାରୁ ଗଛ ଥିବାବେଳେ ନଦୀ ଶଯ୍ୟାରେ ପଥର ଭରି ରହିଥିବାରୁ କୌଣସି ଗଛ ଦୃଷ୍ଟି ଗୋଚର ହୋଇ ନ ଥାଏ।

Share