ନଦୀରେ ବୁଡି ୨ ନାବାଳିକା ଭଉଣୀ ମୃତ

କୋଷାଗୁମୁଡ଼ା, ୧୧।୩(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ପଞ୍ଚାୟତ ରୁନିଗୁଡ଼ା ଗ୍ରାମର ଦୁଇ ନାବାଳିକାକା ଭଉଣୀଙ୍କର ଭାଷ୍କେଲ ନଦୀରେ ବୁଡ଼ି ମୃତ୍ୟୁ ଘଟିଛି। ସେମାନେ ହେଲେ ସମଦୁ ପୂଜାରୀ ଏବଂ ଭାଇ ଡମ୍ବରୁଧର ପୂଜାରୀଙ୍କର ଦୁଇ ଝିଅ ଜୟମଣି (୬) ଏବଂ ହେମବତୀ(୭)।
ପ୍ରକାଶ ଯେ, ଜୟମଣି ଏବଂ ହେମବତୀ ମଙ୍ଗଳବାର ପରିବାରର ଅନ୍ୟ ସଦସ୍ୟଙ୍କ ସହ ଖଳାକୁ ଯାଇଥିଲେ। କିଛି ସମୟରେ ପରେ ଘରକୁ ଯାଉଛୁ କହି ସେମାନେ ସେଠାରୁ ବାହାରିଥିଲେ। ମାତ୍ର ସେମାନେ ଘରକୁ ନ ଫେରି ନିକଟସ୍ଥ ଭାଷ୍କେଲ ନଦୀକୁ ଗାଧୋଇବାକୁ ଯାଇଥିଲେ। କିଛି ସମୟ ପରେ ପରିବାର ଲୋକେ ସେମାନଙ୍କୁ ନ ପାଇ ଖୋଜାଖୋଜି କରିଥିଲେ। ପରେ ନଦୀରେ ସେମାନଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ଏ ନେଇ ପରିବାର ଲୋକେ କୋଷାଗୁମୁଡ଼ା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ. ୧/୨୦ ଏବଂ ୨/୨୦ ରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଚଳାଇଥିବା ଭାରାପ୍ରାପ୍ତ ଥାନାଧିକାରୀ ନଟବର ନନ୍ଦ ସୂଚନା ଦେଇଛନ୍ତି। ବୁଧବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।