ନଦୀରେ ଭାସିଗଲେ ବୃଦ୍ଧା: ୨ ଘଣ୍ଟା ପରେ ମୃତଦେହ ଉଦ୍ଧାର

ଦିଗପହଣ୍ଡି,୬।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା କଣ୍ଟେଇଯୋଡ଼ି ନଦୀରେ ଭାସିଯାଇ ଶୁକ୍ରବାର ସକାଳେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ କୈଠଡା ପଞ୍ଚାୟତ ଗୁହାଳପୁର ଗାଁର ଗୋବିନ୍ଦ ପ୍ରଧାନଙ୍କ ସ୍ତ୍ରୀ ଜାଡ଼ି ।
ସୂଚନାଯୋଗ୍ୟ, ଜାଡ଼ି ଜମିରେ କାମ ସାରି ନଦୀକୁ ଶୌଚ ପାଇଁ ଯାଇଥିଲେ। ସେଠାରେ ଅସାବଧାନତା ଯୋଗୁ ନଦୀରେ ଭାସିି ଯାଇଥିଲେ। ଏ ନେଇ ସ୍ଥାନୀୟଲୋକେ ଦିଗପହଣ୍ଡି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିିଶମ ଅଧିକାରୀ ବିଜୟ କୁମାର ନାୟକ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ୨ ଘଣ୍ଟା ପ୍ରଚେଷ୍ଟା ପରେ ପ୍ରାୟ ୧ କି.ମି. ଦୂର ସାନଡୁମ୍ବୁୁୁଳା ଗ୍ରାମ ନିକଟ ନଦୀକୂଳରୁ ତାଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ଲାଗି ବ୍ରହ୍ମପୁର ବଡ଼ମେଡିକାଲକୁ ପଠାଇଥିବା ଜଣାପଡ଼ିଛି।