Advertisement

ନଦୀରେ ଭାସି ନାବାଳକ ନିଖୋଜ: ଉଦ୍ଧାର କାର୍ଯ୍ୟ ଜାରି

ନୟାଗଡ଼ ଅଫିସ,୭।୯: ନୟାଗଡ଼ ଜିଲା ନୂଆଗାଁ ଥାନା ଶୋରଡ଼ା ଗ୍ରାମର ବେଲପା ନଦୀରେ ଭାସିଯାଇ ଶନିବାର ଜଣେ ନାବାଳକ ନିଖୋଜ ଅଛନ୍ତି। ସେ ହେଲେ ଯାଜପୁର ଜିଲାର ରତନ ସ୍ବାଇଁ (୧୪)।
ସୂଚନାନୁଯାୟୀ, ରତନ ନିଜ ମାମୁ ପଞ୍ଚାନନ ନାୟକଙ୍କ ଘରେ ରହି ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିଲେ। ସକାଳ ସମୟରେ ନଦୀକୁ ଗାଧୋଇବାକୁ ଯାଇ ଅସାବଧାନତା ଯୋଗୁ ଭାସିଯାଇଥିଲେ। ଖବରପାଇ ନୂଆଗାଁ ଅଗ୍ନିଶମ କର୍ମଚାରୀ ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ମଧ୍ୟ ଏଯାବତ୍‌ ତାଙ୍କର କୌଣସି ପତ୍ତା ମିଳି ନାହିଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share