ଚାଇନାର ୟାଙ୍ଗ୍ଜି ନଦୀରେ ୫ମହଲା ବିଶିଷ୍ଟ ହୋଟେଲ ଭାସୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖିଲେ ଲାଗିବ ଯେମିତି ବଢ଼ିପାଣିରେ ହୋଟେଲଟି ଭାସି ଯାଉଛି। କିନ୍ତୁ ଭିଡିଓ ଭାଇରାଲ ହେବା ପରେ ଲୋକଙ୍କ ବିଶ୍ୱାସ ହେଲା ଏହାକୁ ବିଧିବଦ୍ଧ ହଟାଇ ଦିଆଯାଇଛି। ଟୋଇଂ ବୋଟ୍ ସହାୟତାରେ ଏହି ଭାସମାନ ହୋଟେଲକୁ ଗୋଟିଏ କିଲୋମିଟର ନଦୀ ମଧ୍ୟକୁ ସ୍ଥାନାନ୍ତର କରାଯାଇଛି। କାରଣ ହୋଟେଲଟି ଯେଉଁଠି ଥିଲା ସେଠାରେ ବହୁତ କମ୍ ପାଣି ରହିଥିଲା। ଏଥିପାଇଁ ନଦୀ ମଧ୍ୟରେ ହୋଟେଲକୁ ରଖାଯାଇଛି। ଭିଡିଓ ଭାଇରାଲ ହେବା ପରେ ଜଣେ ୟୁଜର ଲେଖିଥିଲେ ଏହା କେବଳ ଚାଇନାରେ ସମ୍ଭବ ହୋଇଥାଏ। ହୋଟେଲ ଅଧିକାରୀଙ୍କ କହିବାନୁଯାୟୀ, କମ୍ ପାଣି ଯୋଗୁ ହୋଟେଲକୁ ଅନ୍ୟ ଜାଗାକୁ ସ୍ଥାନାନ୍ତର ପାଇଁ ଜରୁରୀ ପଡ଼ିଲା।