Categories: ଗଞ୍ଜାମ

ନଦୀରେ ଯୁବତୀ ନିଖୋଜ ଅଭିଯୋଗ

ହିଞ୍ଜିଳିକାଟୁ,୧୮ା୮(ଡି.ଏନ୍‌.ଏ.)-ହିଞ୍ଜିଳି ଥାନା ଖରିଡ଼ା ଗ୍ରାମର ଜଣେ ଯୁବତୀ ରବିବାର ସକାଳେ ଋଷିକୁଲ୍ୟା ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଯୁବତୀ ଜଣକ ଗାଧୋଇବାକୁ ଯାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ତାଙ୍କ ମା’ ନଦୀକୁ ଯାଇ ଖୋଜିଥିଲେ। ନଦୀ ପଠାରେ ଚପଲ ଥିବା ଦେଖି ଝିଅ ଭାସି ଯାଇଥିବା ସନ୍ଦେହ କରିଥିଲେ। ଖବରପାଇ ହିଞ୍ଜିଳିକାଟୁ ଅଗ୍ନିଶମ ବାହିନୀ ଓ ପୋଲିସ ଟିମ୍‌ ପହଞ୍ଚି ନଦୀର ବିଭିନ୍ନ ସ୍ଥାନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ। ଖବର ଲେଖାଯିବା ସୁଦ୍ଧା ଯୁବତୀଙ୍କ ସନ୍ଧାନ ମିଳି ପାରିନାହିଁ।