ନଦୀ ଜଳ ବିବାଦ ବିଚାର ପାଇଁ ବିଲ୍‌ ଲୋକ ସଭାରେ ଗୃହୀତ ଗୋଟିଏ ଟ୍ରିବ୍ୟୁନାଲରେ ସମାଧାନ

ନୂଆଦିଲ୍ଲୀ,୧ା୮ (ପି.ଟି./ଆଇଏଏନ୍‌ଏସ୍‌) ଆନ୍ତଃ ରାଜ୍ୟ ନଦୀଜଳ ବିବାଦର ବିଚାରକୁ ସରଳ ଓ ସୁସଙ୍ଗତ କରିବା ପାଇଁ ଉଦ୍ଦିଷ୍ଟ ଇଣ୍ଟର ଷ୍ଟେଟ୍‌ ରିଭର ଓ୍ବାଟର ଡିସ୍‌ପ୍ୟୁଟ୍‌ (ଆମେଣ୍ଡମେଣ୍ଟ) ବିଲ୍‌, ୨୦୧୯ ବିଲ୍‌ ବୁଧବାର ଲୋକ ସଭାରେ ଗୃହୀତ ହୋଇଛି। ଏହି ବିଧେୟକରେ ବିଭିନ୍ନ ଶାଖାକୁ ନେଇ ଏକକ ଟ୍ରିବ୍ୟୁନାଲ ଗଠନ ପାଇଁ ପ୍ରସ୍ତାବ ରହିଛି। ଗୃହରେ ବିତର୍କ ବେଳେ କଂଗ୍ରେସ ଓ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବିଲ୍‌କୁ ବିରୋଧ କରି ପ୍ରସ୍ତାବିତ ଆଇନରେ ରାଜ୍ୟଗୁଡ଼ିକ ମଧ୍ୟରେ ବିଚାରବିମର୍ଶର ବ୍ୟବସ୍ଥା ନାହିଁ ଏବଂ ଏହା ସଂଘୀୟ ଢାଞ୍ଚା ଉପରେ ଆକ୍ରମଣ ବୋଲି ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ବିଜେଡି ପୂର୍ବରୁ ଏହି ବିଲ୍‌କୁ ବିରୋଧ କରିଥିଲେ ହେଁ ଏବେ ଆଭିମୁଖ୍ୟ ବଦଳାଇ ଏହାକୁ ସମର୍ଥନ କରିଛି।
ଆନ୍ତଃ ନଦୀ ଜଳ ବିବାଦ ଆଇନ, ୧୯୫୬ରେ ସଂଶୋଧନ ଆଣିବା ପାଇଁ ଉଦ୍ଦିଷ୍ଟ ବିଲ୍‌ ନିମ୍ନ ସଦନରେ ଧ୍ୱନିମତରେ ପାସ୍‌ ହୋଇଛି। ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ୍‌ ସଂଶୋଧନ ବିଲ୍‌କୁ ଆଗତ କରି ସବୁ ରାଜନୈତିକ ଦଳର ସମର୍ଥନ ଲୋଡ଼ିଥିଲେ। ସେ କହିଥିଲେ, ଏପରି ଉଦାହରଣ ରହିଛି ଯେଉଁଠି ଟ୍ରିବ୍ୟୁନାଲ ୩୩ ବର୍ଷ ଧରି ଗୋଟିଏ ନଦୀ ଜଳ ବିବାଦର ସମାଧାନ କରିପାରି ନାହିଁ। ଡିସ୍‌ପ୍ୟୁଟ୍‌ ରିଜୋଲ୍ୟୁଶନ୍‌ କମିଟି (ଡିଆର୍‌ସି) ଜରିଆରେ ସମସ୍ତ ଜଳ ବିବାଦର ସମାଧାନ ଗୋଟିଏ ବ୍ୟବସ୍ଥାରେ କରାଇବା ହେଉଛି ଏହି ଚିଠା ଆଇନର ଉଦ୍ଦେଶ୍ୟ। ଜଳ ବିବାଦ ମାମଲା ଟ୍ରିବ୍ୟୁନାଲ୍‌କୁ ପଠାଇବା ପୂର୍ବରୁ କେନ୍ଦ୍ର ସରକାର ସମ୍ପୃକ୍ତ କ୍ଷେତ୍ରଗୁଡ଼ିକର ବିଶେଷଜ୍ଞମାନଙ୍କୁ ନେଇ ଡିଆର୍‌ସି ଗଠନ କରିବେ। ବକ୍ତବ୍ୟ ଶେଷରେ ସେ କହିଥିଲେ, ଚାହିଦା ପୂରଣ ପାଇଁ ମାତ୍ର ୪% ଜଳ ପୁଣି ପୂରଣ ହୋଇପାରିବ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଜଳବାୟୁ ପରିବର୍ତ୍ତନ ଯୋଗୁ ସଙ୍କଟ ବଢ଼ିଚାଲିଥିବାବେଳେ ଜଳ ପରିଚାଳନା ନେଇ ଚିନ୍ତାକରିବା ସମୟର ଆହ୍ବାନ। ଆମେ ଉଭୟ ଚାହିଦା ଓ ଯୋଗାଣ ଉପରେ ବିଚାର କରିବା ଜରୁରୀ। ଅନ୍ୟଥା ଏପରି ଏକ ସମୟ ଆସିବ, ଯେତେବେଳେ ଆମକୁ ଏହି ପ୍ରସଙ୍ଗ ଉପରେ ବାଧ୍ୟହୋଇ କାମ କରିବାକୁ ପଡ଼ିବ। ରାଜ୍ୟଗୁଡ଼ିକରେ ଜଳର ଚାହିଦା ବୃଦ୍ଧି ଓ ଆନ୍ତଃ ରାଜ୍ୟ ନଦୀଜଳ ବିବାଦ ବଢ଼ିବାରେ ଲାଗିଥିବାରୁ ଆନ୍ତଃ ରାଜ୍ୟ ନଦୀ ଜଳ ବିବାଦ ଆଇନ, ୧୯୫୬ରେ ସଂଶୋଧନ ଆଣିବା ପାଇଁ ଏହି ବିଲ୍‌ ଆଗତ କରାଯାଇଛି ବୋଲି ମନ୍ତ୍ରୀ ଶେଖାଓ୍ବତ୍‌ କହିଥିଲେ। ଉଭୟ ଶାସକ ଓ ବିରୋଧୀ ପକ୍ଷର ୨୦ରୁ ଊର୍ଦ୍ଧ୍ୱ ସଦସ୍ୟ ଏନେଇ ସେମାନଙ୍କ ଅସନ୍ତୋଷ ବ୍ୟକ୍ତ କରିବା ସହ ବିଲ୍‌ରେ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଥିଲେ। ଭାଜପାର ବରୁଣ ଗାନ୍ଧୀ ବିତର୍କରେ ଭାଗନେଇ କହିଥିଲେ, ଜଳକୁ କ୍ଷେତ୍ରୀୟ ଦୃଷ୍ଟିକୋଣରୁ ଦେଖିଲେ ଦେଶ କ୍ଷତିଗ୍ରସ୍ତ ହେବ।

ଗୋଟିଏ ଟ୍ରିବ୍ୟୁନାଲ୍‌ରେ ….
ତେଣୁ ଏହାକୁ ଜାତୀୟ ପୃଷ୍ଠଭୂମିରେ ବିଚାର କରାଯାଉ। ଆନ୍ତ ନଦୀଜଳ ବିବାଦର ଆଇନଗତ ସମାଧାନ ବଦଳରେ ରାଜନୈତିକ ସମାଧାନର ଆବଶ୍ୟକତା ରହିଛି। କାବେରୀ ତ୍ରିକୋଣ ଭୂମିରେ କୃଷିର ସବୁଠୁ କମ୍‌ ଅଭିବୃଦ୍ଧି ହୋଇଛି। ୫୦%ରୁ ଊର୍ଦ୍ଧ୍ୱ ନାମମାତ୍ର ଚାଷୀ କୃଷିକାର୍ଯ୍ୟ ଛାଡ଼ିଦେଇଛନ୍ତି। ବିଜେଡି ଏମ୍‌ପି ଭର୍ତ୍ତୃହରି ମହତାବ କହିଥିଲେ, ଜୁଲାଇରେ ବିଲ୍‌ ଆଗତ ବେଳେ ରାଜ୍ୟଗୁଡ଼ିକର ପରାମର୍ଶ ନିଆଯାଇ ନ ଥିବାରୁ ତାଙ୍କ ଦଳ ଏହାକୁ ବିରୋଧ କରିଥିଲା। କିନ୍ତୁ ବିଚାରରେ ଉନ୍ନତି ଆସିବ ବୋଲି ଏଥିରେ ପ୍ରତିଶ୍ରୁତି ଦିଆଯାଇଛି। ଏବେ ସେ ବିଲ୍‌କୁ ସମର୍ଥନ କରୁଛନ୍ତି। ବିଲ୍‌ ଆଗତ ବେଳେ ସେ ଉଠାଇଥିବା କେତେକ ଦିଗ ପ୍ରତି ସରକାର ଯନତ୍ବାନ ହୋଇଛନ୍ତି। ତେବେ କେତେକ ପ୍ରଶ୍ନ ଅନୁତ୍ତରିତ ରହିଛି। ଟ୍ରିବ୍ୟୁନାଲ୍ସ ଆଓ୍ବାର୍ଡକୁ କାର୍ଯ୍ୟକାରୀ କରିବା ବେଳେ ଆସୁଥିବା ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା ପାଇଁ ଏଥିରେ କି ପ୍ରକାର ବ୍ୟବସ୍ଥା ରହିଛି ବୋଲି ଭର୍ତ୍ତୃହରି ପ୍ରଶ୍ନ କରିଥିଲେ। କାବେରୀ ଜଳ ଟ୍ରିବ୍ୟୁନାଲ ଆଓ୍ବାର୍ଡ ୨୦୦୭ରେ ପ୍ରଦାନ କରାଯାଇଥିବାବେଳେ ଏଯାଏ କାର୍ଯ୍ୟକାରୀ କରାଯାଇ ନ ଥିବା ସେ କହିଥିଲେ।
ଅନ୍ୟପକ୍ଷରେ ସିପିଆଇଏମ୍‌ର ମଜିଦ୍‌ ଆରିଫ୍‌ ବିଲ୍‌କୁ ବିରୋଧ କରି ଏହା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଥିବା ଗନ୍ଧ ବାରିଥିଲେ। ଏହାସହ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ନେଇ ପ୍ରସ୍ତାବିତ ଚିଠା ଆଇନରେ କିଛି ନାହିଁ ବୋଲି କହିଥିଲେ। ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକରେ ସବୁଠୁ ବେଶି ଜଳ ବିବାଦ ରହିଥିବା କଂଗ୍ରେସର ଏଚ୍‌. ବସନ୍ତକୁମାର ପ୍ରକାଶ କରିଥିଲେ। ଟିଆର୍‌ଏସ୍‌ ସଦସ୍ୟ ନାମା ନାଗେଶ୍ୱର ରାଓ ଏକ ଜାତୀୟ ଜଳ ନୀତି ପ୍ରଣୟନ ଦାବି କରି କହିଥିଲେ, ସେ ଏହି ବିଲ୍‌କୁ ସମର୍ଥନ କରୁଛନ୍ତି। କିନ୍ତୁ ଜଳ ବିବାଦ ସମାଧାନ କରିବାରେ ଏହା ସମ୍ପୂର୍ଣ୍ଣ ଭାବେ ସକ୍ଷମ ନୁହେଁ। ସାରା ଦେଶରେ ଚାଷକାର୍ଯ୍ୟରେ ସେଚନ ପାଇଁ ୪୦,୦୦୦ ଟିଏମ୍‌ସି ଏବଂ ପିଇବା ଓ ଶିଳ୍ପ ପାଇଁ ୧୦,୦୦୦ ଟିଏମ୍‌ସି ଜଳ ଆବଶ୍ୟକ ଥିବାବେଳେ ୭୦,୦୦୦ ଟିଏମ୍‌ସି (୨,୦୦୦ ମିଲିୟନ୍‌ କୁବିକ୍‌) ଜଳ ସମୁଦ୍ରକୁ ଯାଉଛି। ତେଣୁ ଏକ ଉତ୍ତମ ଜଳନୀତି ପ୍ରଣୟନ କରାଯାଉ। ଓ୍ବାଇଏସ୍‌ଆର କଂଗ୍ରେସ ସଦସ୍ୟ ମିଧୁନ ରେଡ୍ଡୀ ବିଲ୍‌କୁ ସମର୍ଥନ କରି ନଦୀ ଜଳ ବିବାଦର ସମାଧାନ ୬ ମାସ ମଧ୍ୟରେ କରାଯାଉ ବୋଲି ଦାବି କରିଥିଲେ। ଜେଡିୟୁର ମହାବଲୀ ସିଂ ଜଳାଶୟଗୁଡ଼ିକ ନିର୍ମାଣ କରି ସେଗୁଡ଼ିକର ରକ୍ଷାବେକ୍ଷଣ ଉପରେ ଗୁରୁତ୍ୱ ଦେଇଥିଲେ। ଏହାସହ ସେ ଟ୍ରିବ୍ୟୁନାଲଗୁଡ଼ିକ ରାଜ୍ୟଗୁଡ଼ିକର କଥା ନ ଶୁଣିଲେ କ’ଣ କରାଯିବ ସେନେଇ ବିଲ୍‌ରେ କିଛି ଉଲ୍ଲେଖ କରାଯାଇନାହିଁ ବୋଲି କହିଥିଲେ।
ପ୍ରକାଶ ଯେ, ପ୍ରସ୍ତାବ ଅନୁସାରେ ଅନେକ ଟ୍ରିବ୍ୟୁନାଲ ବଦଳରେ (ସମସ୍ତ ଶାଖାକୁ ନେଇ) ଗୋଟିଏ ଟ୍ରିବ୍ୟୁନାଲ ଗଠନ କରାଯିବ। ଏଥିରେ ଜଣେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ରହିବେ। ସଦସ୍ୟଙ୍କ ସଂଖ୍ୟା ୬ରେ ସୀମିତ ରହିବ। ସେମାନଙ୍କ ମଧ୍ୟରୁ ୩ ବିଚାରବିଭାଗୀୟ ଓ ୩ ବିଶେଷଜ୍ଞ ରହିବେ। ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ କାର୍ଯ୍ୟକାଳ ୫ ବର୍ଷ କିମ୍ବା ସେମାନଙ୍କୁ ୭୦ ବର୍ଷ ହେବା ପର୍ଯ୍ୟନ୍ତ (ଯେଉଁଟା ପ୍ରଥମେ ହେବ) ରହିବ। ଟ୍ରିବ୍ୟୁନାଲକୁ ବୈଷୟିକ ସହାୟତା ପ୍ରଦାନ ପାଇଁ ଆସେସର ନିଯୁକ୍ତ ହେବେ। କେନ୍ଦ୍ରୀୟ ଜଳ ଇଞ୍ଜିନିୟରିଂ ସେବାରେ କାର୍ଯ୍ୟରତ ମୁଖ୍ୟଯନ୍ତ୍ରୀ ପାହ୍ୟାର ବିଶେଷଜ୍ଞଙ୍କ ମଧ୍ୟରୁ ଜଣେ ଅଧିକାରୀଙ୍କୁ ଆସେସର ନିଯୁକ୍ତ କରାଯିବ। ଏଥିରେ ନଦୀଜଳ ବିବାଦର ବିଚାର ପାଇଁ ସର୍ବାଧିକ ସାଢ଼େ ଚାରିମାସ ସମୟ ଧାର୍ଯ୍ୟ କରାଯାଇଛି। ଟ୍ରିବ୍ୟୁନାଲ ଖଣ୍ଡପୀଠଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ହେବ ଓ ତାକୁ ସମ୍ପୃକ୍ତ ରାଜ୍ୟଗୁଡ଼ିକ ମାନିବା ପାଇଁ ବାଧ୍ୟ ହେବେ। ଏହା ବ୍ୟତୀତ କୋର୍ଟ ବାହାରେ ବିବାଦର ସମାଧାନ ବ୍ୟବସ୍ଥା ମଧ୍ୟ ପ୍ରସ୍ତାବିତ ଆଇନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୀଭତ୍ସ ହତ୍ୟା: ଗାଁ ଦାଣ୍ଡରେ ଯୁବକଙ୍କୁ ହାଣିଲେ, ପଣାଖୁଣ୍ଟିରେ ବଳିଦେଲେ ପିଶାଚ ଯୁବକ

ପରଜଙ୍ଗ,୧ା୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବସୋଇ ଗାଁରେ ବୀଭତ୍ସ ହତ୍ୟାକାଣ୍ଡ। ଗାଁ ଦାଣ୍ଡରେ ଯୁବକଙ୍କୁ ଖଣ୍ଡାରେ ହାଣି ଗାଁ ଚୌପାଢ଼ିରେ ଥିବା ଠାକୁରାଣୀଙ୍କ...

ନୂଆବର୍ଷରେ ନୂଆ ଉପହାର: ଡିଜି ପାହ୍ୟାକୁ ପଦୋନ୍ନତି ପାଇଲେ ୩ ଆଇପିଏସ୍‌

ଭୁବନେଶ୍ୱର,୧ା୧: ରାଜ୍ୟ ସରକାର ନୂଆବର୍ଷରେ ୩ ବରିଷ୍ଠ ଆଇପିଏସ୍‌ଙ୍କୁ ନୂଆ ଉପହାର ଦେଇଛନ୍ତି। ଅର୍ଥାତ୍‌ ୩ ଆଇପିଏସ୍‌ଙ୍କୁ ଡିଜି ପାହ୍ୟାକୁ ସରକାର ପଦୋନ୍ନତି ଦେଇଛନ୍ତି। ୧୯୯୩...

ନୂଆବର୍ଷରେ ଭାଜପାକୁ ନେଇ ଏମିତି କହିଲେ ମନମୋହନ

ଭୁବନେଶ୍ୱର,୧।୧: ଭାଜପାକୁ ନେଇ ଲୋକଙ୍କ ବିଶ୍ୱାସ ଭରଷା ବଢ଼ିଛି। ଆଗାମୀ ପଞ୍ଚାୟତ ନିର୍ବାଚନରେ ଭାଜପା ଯଶସ୍ବୀ ହେବ ବୋଲି ଭାଜପା ସଭାପତି ମନମୋହନ ସାମଲ ନୂଆବର୍ଷରେ...

ବାଲିଗୁଡ଼ା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଭାବେ କାର୍ଯ୍ୟରେ ଯୋଗଦେଲେ ଗଦାଧର ପାତ୍ର, କହିଲେ ଜନଜାତି…

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ବାଲିଗୁଡ଼ା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ନୂଆ ପ୍ରକଳ୍ପ ପ୍ରଶାସକ ଭାବେ ଗଦାଧର ପାତ୍ର ନୂତନ ବର୍ଷ ବୁଧବାରରେ...

୨୦୨୪ରେ ରାଜଧାନୀରେ ଘଟିଛି ୬୬ ହତ୍ୟାକାଣ୍ଡ

ଭୁବନେଶ୍ୱର,୧ା୧: କମିଶନରେଟ ପୋଲିସର ବାର୍ଷିକ ଅପରାଧିକ ରିପୋର୍ଟ ବୁଧବାର ସାମ୍ନାକୁ ଆସିଛି। ୨୦୨୩ରେ ଭୁବନେଶ୍ୱର ୟୁପିଡିରେ ୧୧ ହଜାର ୯୭୫ ମାମଲା ରୁଜୁ ହୋଇଥିବାବେଳେ ୨୦୨୪ରେ...

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା: ଏହି ତାରିଖ ସୁଦ୍ଧା ସରିବ E-KYC

ଭୁବନେଶ୍ୱର,୧ା୧: ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଇ-କଓ୍ବୋଇସିକୁ ନେଇ ନୂଆବର୍ଷରେ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆସନ୍ତା ୧୫ ତାରିଖ ସୁଦ୍ଧା...

ଆସନ୍ତା ଫେବୃଆରୀରୁ ଓଡ଼ିଶାରେ ଆରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନା

ଭୁବନେଶ୍ୱର,୧।୧: ଓଡ଼ିଶାରେ ଆସନ୍ତା ଫେବୃଆରୀ ମାସରୁ ଲାଗୁ ହେବାକୁ ଯାଉଛି ଆୟୁଷ୍ମାନ ଭାରତ ଯୋଜନା। ଏଥିରେ ମହିଳାଙ୍କ ପାଇଁ ୧୦ ଓ ପୁରୁଷଙ୍କ ପାଇଁ ୫...

ଗୁରୁବାର ଓଡ଼ିଶା ଆସିବେ ନୂଆ ରାଜ୍ୟପାଳ ହରି ବାବୁ କମ୍ଭମ୍‌ପତି

ଭୁବନେଶ୍ୱର,୧।୧: ଗୁରୁବାର ଓଡ଼ିଶା ଆସିବେ ନୂଆ ରାଜ୍ୟପାଳ ହରି ବାବୁ କମ୍ଭମ୍‌ପତି। ଓଡ଼ିଶାରେ ପହଞ୍ଚିବା ପରେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ। ୩ ତାରିଖରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri