Advertisement

ନଦୀ ନ ବଢି ପୋଲ ଉପରେ ପାଣି: ଯାତାୟାତରେ ଲୋକେ ହଇରାଣ

ଯୋଡ଼ା, ୨୫।୧୦(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହରକୁ ଦୁଇ ପାର୍ଶ୍ୱରେ ବିଭକ୍ତ କରୁଥିବା ତଥା ରାଜ୍ୟ ରାଜପଥ ନଂ ୨ରେ ଥିବା ସୁନା ନଦୀ ପୋଲ ଉପରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇ ପୋଲ ଉପରେ ପାଣି ଜମା ହୋଇ ରହିଛି ା ଘଟଣାସ୍ଥଳରୁ ଜଣାପଡିଛି ଯେ, ଗତ ୨୪ ଘଣ୍ଟା ଧରି ଝିପି ଝିପି ଲଗାଣ ବର୍ଷା ହେବା ଫଳରେ ଯୋଡା ମାର୍କେଟ ସୁନାନଦୀ ପୋଲଉପରୁ ଜଳ ନିଷ୍କାସନ ହୋଇ ନ ପାରି ଏହି ଜଳ ପୋଲ ଉପରେ ଜମିରହିଛି ା ଫଳରେ ପଥଚାରୀ, ଦୁଇ ଚକିଆ ଯାନବାହାନରେ ଯାଉଥିବା ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର କାରଣ ସମ୍ପର୍କରେ ସ୍ଥାନୀୟ ଯୁବ ସଙ୍ଗଠକ ମାନସ ଦାସ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ପିଲେଟ ଲୁହାପଥର ଗୋଲି ପରିବହନ ବେଳେ ଏହା ଗାଡିରୁ ଖସି ପଡି ପୋଲ ଉପରେ ଥିବା ଜଳ ନିଷ୍କାସନ ବାଟ ଗୁଡିକରେ ପଡି ଜାମ୍‌ ହୋଇଯାଉଛି। ଫଳରେ ଜଳ ନିଷ୍କାସନ ହୋଇପାରୁନାହିଁ ା ଏହାର ରକ୍ଷଣାବେକ୍ଷଣ ଆଦୌ କରାଯାଉ ନ ଥିବାରୁ ଏହି ପୋଲର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡିଛି। ସେହିପରି ପଥଚାରୀ ରମେଶ ମାଝି , ପୁରୁଷୋତ୍ତମ ଲୋହାର, ଲୋଚନ ଗିରି ଓ ମହିଳା ଶକୁନ୍ତଳା କାରୁଆ, ତାରି କାରୁଆ ପ୍ରମୁଖ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ପୂର୍ବରୁ ଏହି ପୋଲ ଉପରେ ପାଣି ଜମୁ ନ ଥିଲା ା କିନ୍ତୁ ବର୍ତ୍ତମାନ ପାଣି ନିଷ୍କାସନ ବାଟ ବନ୍ଦ ହୋଇଯାଇଛି ା ଫଳରେ ଯାତାୟାତରେ ଅସୁବିଧା ହେଉଛି। ତେବେ ଏଦିଗରେ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share