Categories: ଫୁରସତ

ନଦୀ ପାଣିରେ ତିଆରି ହୋଇଛି ଜୋତା, ଦାମ୍‌ ୨ ଲକ୍ଷ

ବଜାରରେ ଭିନ୍ନ ଭିନ୍ନ ରକମର ଜୋତା ବିକ୍ରି ହେଉଛି। କିନ୍ତୁ ନାଇକ୍‌ କମ୍ପାନୀ ସବୁବେଳେ ଗ୍ରାହକଙ୍କ ପାଇଁ ନୂଆ କିଛି କରି ବଜାରକୁ ଛାଡ଼ିଥାଏ। ଏବେ ଏହି କମ୍ପାନୀ ୯୭ ହଳ ନୂଆ ଜୋତା ବଜାରକୁ ଛାଡ଼ିଛି। ଜୋତାର ସ୍ବତନ୍ତ୍ରତା ଜାଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ।

ସାଧାରଣତଃ ଜୋତାଗୁଡ଼ିକ ଚମଡ଼ା କିମ୍ବା ପ୍ଲାଷ୍ଟିକ୍‌ରେ ତିଆରି ହୋଇଥାଏ। କିନ୍ତୁ ନାଇକ୍‌ କମ୍ପାନୀ ଏବେ ଯେଉଁ ଜୋତା ତିଆରି କରିଛି, ସେଥିରେ ନଦୀର ପାଣି ବ୍ୟବହାର ହୋଇଛି। ଏହାର ଦାମ୍‌ ମଧ୍ୟ ସେତିକି ଅଧିକ। ପ୍ରାୟ ୩ ହଜାର ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ପ୍ରାୟ ୨ ଲକ୍ଷରୁ ଊର୍ଦ୍ଧ୍ୱ। ଏହି ଜୋତାର ଡିଜାଇନ୍‌ କରିଛନ୍ତି ବ୍ରୁକ୍‌ଲିନ୍‌। ଧଳାରଙ୍ଗର ଜୋତାରେ ନୀଳ ରଙ୍ଗର ଦୁଇପାର୍ଶ୍ୱରେ ଦୁଇଟି ଧାର ରହିଛି, ଯେଉଁଥିରେ ଜୋର୍ଡାନ୍‌ ନଦୀର ପାଣି ବ୍ୟବହାର କରାଯାଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Share