ନଦୀ ପାର ଦନ୍ତାର ନରସଂହାର

ଅନୁଗୋଳ ଜିଲାରେ ଅନେକ ସମୟରେ ହାତୀକୁ ନେଇ ଆତଙ୍କ ଦେଖାଯାଉଛି। କେତେବେଳେ ହାତୀ ଗଁ। ନିକଟକୁ ଆସି ଫସଲ ଖାଇବା ସହ ନଷ୍ଟ କରୁଛନ୍ତି ତ ପୁଣି କେବେ ସହର ମଧ୍ୟକୁ ପଶି ଭୟର ବାତାବରଣ ଖେଳାଇ ଦେଉଛନ୍ତି। ଜଙ୍ଗଲରେ ମୁହଁ। ମୁହିଁ ହେଉଥିବା ମଣିଷଙ୍କୁ ଦଳିଦେବା କି ଗଁାରେ ପଶି ଘର ଭାଙ୍ଗିବା ଆଉ ନୂଆ ଘଟଣା ହୋଇ ନାହିଁ। ଦୈନିକ କେଉଁଠି ନା କେଉଁଠି ଏପରି ଅଘଟଣର ସମ୍ମୁଖୀନ ହେଉଛି ମଣିଷ। ତେବେ ଗୁରୁବାର ବିଳମ୍ବିତ ରାତିରେ ତାଳଚେର ପୌରାଞ୍ଚଳର ଷଣ୍ଢ ଗଁା ଓ ନିକଟସ୍ଥ ସନ୍ଥପଡ଼ାରେ ଯେପରି ହାତୀ ୫ଜଣଙ୍କ ମୃତ୍ୟୁର କାରଣ ହେଲା ତାହା ଅତ୍ୟନ୍ତ ଚିନ୍ତାଜନକ। ପଡ଼ୋଶୀ ଢେଙ୍କାନାଳ ଜିଲାର ମହାବିରୋଡ୍‌ ରେଞ୍ଜରେ ଉତ୍ପାତ ଚଳାଇଥିବା ଏହି ନରହନ୍ତା ଦନ୍ତା ଗତ ୨ ବର୍ଷରେ ୧୯ଜଣଙ୍କ ଜୀବନ ନେବା ଲୋକଙ୍କ ମଧ୍ୟରେ ଏକପ୍ରକାର ଆତଙ୍କ ଖେଳାଇ ଦେଇଛି। ବ୍ରାହ୍ମଣୀ ନଦୀ ପାର ହୋଇ ଏହି ଦନ୍ତା ମହାବିରୋଡରୁ ତାଳଚେର ରେଞ୍ଜରେ ପ୍ରବେଶ କରିବା ପରେ ଏପରି ନରସଂହାର ଘଟାଇଥିବା ବନ ବିଭାଗ କହିଛି। ତେବେ ମଣିଷ ଓ ଗଜରାଜ ମଧ୍ୟରେ ପ୍ରାୟତଃ ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ହେଉଥିଲେ ମଧ୍ୟ ଏହାର ସ୍ଥାୟୀ ପ୍ରତିକାର ପାଇଁ ସରକାରଙ୍କ ପକ୍ଷରୁ ଆବଶ୍ୟକ ତତ୍ପରତା ପ୍ରକାଶ ପାଉନାହିଁ। ଜଙ୍ଗଲ ଚାରିପାଖେ ଗଭୀର ଟ୍ରେଞ୍ଚ ଖୋଳାଯିବା ଓ ସୋଲାର ଫେନସିଂ ବ୍ୟବସ୍ଥାକୁ ଯେତିକି ଗୁରୁତ୍ୱ ଦିଆଯିବା କଥା ତାହା ହେଉ ନ ଥିବାରୁ ଏପରି ଏକ ଭୟାନକ ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ଏଥିଯୋଗୁ କେତେବେଳେ ଗଜରାଜଙ୍କ ଜୀବନ ଯାଉଛି ତ ଆଉ କେତେବେଳେ ନିରୀହ ମଣିଷକୁ ଦଳି ଦେଉଛି ଦନ୍ତା ହାତୀ।

Share