ନନ୍ଦନକାନନକୁ ଆସିଲା ଉଦ୍ଧାର ବଜ୍ରକାପ୍ତା

ବାରଙ୍ଗ,୩୧ା୮(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଶୁକ୍ରବାର ଏକ ଉଦ୍ଧାର ହୋଇଥିବା ବଜ୍ରକାପ୍ତା ଆସିଛି। ଆଠଗଡ଼ ବଡମ୍ବା ରେଞ୍ଜ ତାଳଚନ୍ଦ୍ରଗିରି ଜଙ୍ଗଲରୁ ଖାରୋଡ ଗ୍ରାମକୁ ୩ବର୍ଷର ମାଈ ବଜ୍ରକାପ୍ତାଟି ପଶିଆସିଥିବାବେଳେ ଗ୍ରାମବାସୀ ଦେଖିଥିଲେ। ପରେ ବନ ବିଭାଗ କର୍ମଚାରୀଙ୍କୁ ଜଣାଇବାରୁ ସେମାନେ ପହଞ୍ଚତ୍ ଉଦ୍ଧାର କରି ନନ୍ଦନକାନନକୁ ନେଇ ଆସିଥିଲେ। ତେବେ ଉଦ୍ଧାର ହୋଇଥିବା ଏହି ବଜ୍ରକାପ୍ତାଟି ଖଣ୍ଡିଆଖାବରା ହୋଇଥିବାରୁ ତାକୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇଛି। ନନ୍ଦନକାନନରେ ଏବେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୨୦ରେ ପହଞ୍ଚତ୍ଛି।

Share