Categories: ମେଟ୍ରୋ

ନନ୍ଦନକାନନକୁ ଆସିଲେ ୨ ନୂଆ ପ୍ରଜାତିର ୪ମାଙ୍କଡ଼

ବାରଙ୍ଗ,୪।୧୦(ଡି.ଏନ୍‌.ଏ.) : ନନ୍ଦନକାନନକୁ ଗୁରୁବାର ୪ଟି କ୍ୟାପଚୁନ୍‌ ଓ ଛୋଟ ଗୁଣ୍ଡୁଚିମାଙ୍କଡ ଅଣାଯାଇଛି। ଏହି ମାଙ୍କଡ ଆଗରୁ ନନ୍ଦନକାନନରେ ଥିବାବେଳେ ଏମାନଙ୍କ ବଂଶ ଲୋପପାଇଯାଇଥିଲା। ପଶୁପକ୍ଷୀ ଅଦଳବଦଳ ପ୍ରକିୟାରେ ମାଲେସିଆରୁ ଆସିଥିବା ଶେଷ ମାଈ ଗୁଣ୍ଡୁଚି ମାଙ୍କଡଟି ୨୦୧୪ ନଭେମ୍ବର ୧୩ରେ ମୃତ୍ୟୁବରଣ କରିଥିଲା। ପରେ ଚେନ୍ନାଇର ଏକ ଘରୋଇ ସଂସ୍ଥାଠାରୁ ନନ୍ଦନକାନନ କର୍ତ୍ତୃପକ୍ଷ ଏହି ୪ଟି ମାଙ୍କଡକୁ କିଣିକରି ଆଣିଥିବା ଜଣାପଡିଛି। କ୍ୟାପଚୁନ୍‌ର ମୂଲ୍ୟ ୧୫ଲକ୍ଷ ହୋଇଥିବାବେଳେ ଗୁଣ୍ଡୁଚିମାଙ୍କଡର ମୂଲ୍ୟ ୬ଲକ୍ଷ ବୋଲି ଜଣାପଡ଼ିଛି। ଏହି ଚାରିହଳ ମାଙ୍କଡକୁ ଡାକ୍ତରଖାନାର କ୍ୱାରେଣ୍ଟଟାଇନରେ ରଖାଯାଇ ସ୍ବାସ୍ଥ୍ୟପରୀକ୍ଷା କରାଯାଉଛି। ୧୫/୨୦ଦିନ ଡାକ୍ତରମାନଙ୍କ ଦ୍ୱାରା ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷଣ ପରେ ପର୍ଯ୍ୟଟକମାନଙ୍କ ଦେଖିବାପାଇଁ ଛଡାଯିବ। ଏହି ଦୁଇ ନୂଆ ପ୍ରଜାତି ମାଙ୍କଡ ନନ୍ଦନକାନନକୁ ଆସିବାପରେ ପ୍ରଜାତିସଂଖ୍ୟା ବୃଦ୍ଧିପାଇ ୧୫୬ରେ ପହଞ୍ଚତ୍ଲା ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ କହିଛନ୍ତି। ୧୫ରୁ ୨୦ଦିନ ପର୍ଯ୍ୟନ୍ତ ଏହି ମାଙ୍କଡ ୪ଟି ଡାକ୍ତରଖାନାରେ ରହିବେ।

Share