ନନ୍ଦନକାନନରେ ନୀଳଗିରି ଲଙ୍ଗୁର ମୃତ

ନରାଜ, ୩୧।୫(ଡି.ଏନ୍‌.ଏ.): ଭୁବନେଶ୍ୱର ନନ୍ଦନକାନନରେ ଥିବା ଭାରତର ଏକମାତ୍ର ଓରାଙ୍ଗଓଟାନ୍‌ ବିନିର ବୁଧବାର ମୃତ୍ୟୁ ଘଟିଥିବା ବେଳେ ଶୁକ୍ରବାର ଆଉ ଏକ ଦୁଃଖଦ ଘଟଣା ସମ୍ମୁଖକୁ ଆସିଛି। ଗତ ୧୭ ତାରିଖରୁ ଡାଇରିଆ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଅଣ୍ଡିରା ନୀଳଗିରି ଲଙ୍ଗୁରର ମୃତ୍ୟୁ ଘଟିଛି। ଗତ ୧୫ ଦିନ ଧରି ଓୟୁଏଟି ବିଶେଷଜ୍ଞଙ୍କ ସହ ନନ୍ଦନକାନନ ପ୍ରାଣୀ ଚିକିତ୍ସକମାନେ ତା’ର ଚିକିତ୍ସା କରିଆସୁଥିଲେ। ଏହାର ମୃତ୍ୟୁ ପରେ ଆଉ ଏକମାତ୍ର ମାଈ ନୀଳିଗିରି ଲଙ୍ଗୁର ରହିଲା। ଏହି ବିଲୁପ୍ତ ପ୍ରାୟ ନୀଳଗିରି ଲାଙ୍ଗୁର ଭାରତର ଦକ୍ଷିଣ-ପଶ୍ଚିମ ନୀଳଗିରି ପାର୍ବତ୍ୟାଞ୍ଚଳରେ ଦେଖାଯାଇଥାନ୍ତି। ଗତ ୨୦୧୭ ସେପ୍ଟେମ୍ବର ୨୬ରେ ଅଦଳବଦଳ ପ୍ରକ୍ରିୟାରେ ଚେନାଇ ଭାଣ୍ଡାଲୁର ଆରଗନା ଆନ୍ନା ଜୁଲୋଜିକାଲ ପାର୍କରୁ ଏକ ହଳ ନୀଳଗିରି ଲଙ୍ଗୁର ଅଣାଯାଇଥିଲା।

Share