ନନ୍ଦନକାନନରେ ବାଘୁଣୀର ମୃତ୍ୟୁ

ଭୁବନେଶ୍ୱର, ୧୨।୮(ବ୍ୟୁରୋ): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସୋମବାର ଏକ ବାଘୁଣୀର ମୃତ୍ୟୁ ହୋଇଛି। ‘ପ୍ରିୟଙ୍କା’ ନାମ୍ନୀ ଏହି ବାଘୁଣୀର ବୟସ ୧୯ ବର୍ଷ ୫ ମାସ ହେବ। ବୟସାଧିକ ଯୋଗୁ ବାଘୁଣୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଗତ ୨ ବର୍ଷ ହେବ ସେ ଅସୁସ୍ଥ ଥାଇ ଚିକିତ୍ସାଧୀନ ଥିଲା। ପ୍ରିୟଙ୍କାର ମୃତ୍ୟୁ ପରେ ନନ୍ଦନକାନନରେ ବାଘ ସଂଖ୍ୟା ୨୬କୁ ଖସିଲା। ଏବେ ନନ୍ଦନକାନନରେ ୫ ଅଣ୍ଡିରା, ୮ ସାଧାରଣ ମାଈ, ୪ ଧଳା ବାଘ, ୫ ଧଳା ବାଘୁଣୀ ଓ ୪ କଳା ବାଘ ଅଛନ୍ତି।

Share