ନନ୍ଦନକାନନରେ ବାଘ ସଂଖ୍ୟା ବୃଦ୍ଧି, ୨ ଛୁଆ ଜନ୍ମଦେଲା ବାଘୁଣୀ ସ୍ନେହା

ବାରଙ୍ଗ,୯।୧(ଡି.ଏନ୍‌.ଏ.): ଗୁରୁବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘୁଣୀ ସ୍ନେହା ୨ଟି ଛୁଆ ଜନ୍ମ ଦେଇଛି। ହାଇଦ୍ରାବାଦରୁ ଆସିଥିବା ଜଙ୍ଗଲି ମହାବଳବାଘ ସେଫ୍‌ ସହ ତା’ର ମିଳନ ଗତ ସେପ୍ଟେମ୍ବର ମାସରେ ହୋଇଥିଲା। ମା’ ଓ ଛୁଆଦ୍ୱୟ ସୁସ୍ଥ ଥିବା ସିସିଟିଭି କ୍ୟାମେରାରୁ ଜଣାପଡ଼ିଛି। ସେହ୍ନାର ଏହା ହେଉଛି ଦ୍ୱିତୀୟ ଗର୍ଭ। ଜନ୍ମିତ ଶାବକଦ୍ୱୟ ମଧ୍ୟରୁ ଗୋଟିଏ ଧଳା ଓ ଗୋଟିଏ ନାଲି ରଙ୍ଗର ବୋଲି ଜଣାପଡ଼ିଛି। ଏହାଦ୍ୱାରା ବାଘ ସଂଖ୍ୟା ବୃଦ୍ଧି ପାଇ ୨୭ରେ ପହଞ୍ଚିଛି। ସେଥିମଧ୍ୟରେ ୧୩ଟି ସାଧାରଣ, ୮ ଧଳା, ୪ କଳାଲୋମଯୁକ୍ତ, ୨ଟି ଛୁଆ ରହିଛନ୍ତି।

Share