ନନ୍ଦନକାନନରେ ୨ ଆନାକୋଣ୍ଡା ମୃତ, ୩ ଅସୁସ୍ଥ

ଭୁବନେଶ୍ୱର,୩୦।୧୧(ବ୍ୟୁରୋ): ନନ୍ଦନକାନନ ଆସିଥିବା ହଳଦିଆ ଆନାକୋଣ୍ଡାଙ୍କ ମଧ୍ୟରୁ ୨ଟିର ମୃତ୍ୟୁ ଘଟିଛି। ଗୁରୁବାର ଗୋଟିଏ ଆନାକୋଣ୍ଡାର ମୃତ୍ୟୁ ଘଟିଥିବା ବେଳେ ଶନିବାର ଆଉ ଏକ ଆଖି ବୁଜିଛି। ସେହିଭଳି ଆଉ ତିନୋଟି ଆନାକୋଣ୍ଡା ଅସୁସ୍ଥ ଅଛନ୍ତି। ତେବେ ସ୍ଥିତି ପରଖିବା ଲାଗି ଚେନ୍ନାଇରୁ ଏକ ସ୍ବତନ୍ତ୍ର ଟିମ୍‌ ଆସୁଥିବା ଜଣାପଡ଼ିଛି।

ପ୍ରକାଶଯୋଗ୍ୟ, ଅକ୍ଟୋବର ୨୨ ତାରିଖରେ ମାଡ୍ରାସର କ୍ରୋକୋଡାଇଲ ବ୍ୟାଙ୍କରୁ ନନ୍ଦନକାନନ ଆସିଥିଲା ୮ଟି ଆନାକୋଣ୍ଡା। ସେଥିରେ ୪ଟି ଅଣ୍ଡିରା ଥିବା ବେଳେ ୪ଟି ମାଇ ରହିଥିଲେ। ଏଥିସହ ୩ଟି ନାଇଲ୍‌ କୁମ୍ଭୀର ମଧ୍ୟ ଅଣାଯାଇଥିଲା।

Share