ନନ୍ଦନକାନନ ଆସିଲା ଆନାକୋଣ୍ଡା

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ଗୋଟିଏ ପଟେ ବନ୍ୟଜନ୍ତୁଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚାରେ ରହୁଥିବା ନନ୍ଦନକାନନକୁ ମଙ୍ଗଳବାର ପୁଣି ନୂତନ ଅତିଥି ଆସିଛନ୍ତି। ମାଡ୍ରାସ କ୍ରୋକୋଡାଇଲ ବ୍ୟାଙ୍କରୁ ନନ୍ଦନକାନନ ଆସିଛି ହଳଦିଆ ଆନାକୋଣ୍ଡା। ଏଥିରେ ୪ଟି ଅଣ୍ଡିରା ଥିବା ବେଳେ ୪ଟି ମାଇ ରହିଛିି। ଏଥିସହ ୩ଟି ନାଇଲ୍‌ କୁମ୍ଭୀର ମଧ୍ୟ ଅଣାଯାଇଥିବା ସୂଚନା ମିଳିଛି।
ପ୍ରକାଶଯୋଗ୍ୟ, ଅକ୍ଟୋବର ୩ରେ ନନ୍ଦନକାନନକୁ ୪ଟି କ୍ୟାପ୍‌ଚୁନ୍‌ ଏବଂ ଛୋଟ ଗୁଣ୍ଡୁଚିମାଙ୍କଡ ଅଣାଯାଇଥିଲା। ଚେନ୍ନାଇର ଏକ ଘରୋଇ ସଂସ୍ଥାଠାରୁ ନନ୍ଦନକାନନ କର୍ତ୍ତୃପକ୍ଷ ଏହି ମାଙ୍କଡ଼କୁ କିଣିକରି ଆଣିଥିଲେ।

Share