ନନ୍ଦନକାନନ କାର୍ଯ୍ୟ ଅନୁଧ୍ୟାନ କଲେ କାମ୍ପା ପ୍ରତିନିଧି

ବାରଙ୍ଗ,୨୦ା୨(ଡି.ଏନ୍‌.ଏ.): ନନ୍ଦନକାନନରେ ହେଉଥିବା ବିଭିନ୍ନ ଟେଣ୍ଡର ଓ ନିର୍ମାଣ କାର୍ଯ୍ୟଗୁଡ଼ିକରେ ଅନିୟମିତତା ହେଉଥିବା ଅଭିଯୋଗ ହେବା ପରେ ଗତ ବୁଧବାର ଭିଜିଲାନ୍ସର ଦୁଇଜଣିଆ ଟିମ ଆସି ସମସ୍ତ କାର୍ଯ୍ୟ ବୁଲି ଦେଖିବା ସହ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ୭ଦିନ ପରେ ବୁଧବାର କାମ୍ପାର ଦୁଇଜଣିଆ ପ୍ରତିନିଧି ଦଳ ନନ୍ଦନକାନନ ଆସି କେତେକ କାମକୁ ଅନୁଧ୍ୟାନ କରି ପେରିଛନ୍ତି। ନନ୍ଦନକାନନର ବିକାଶ କ୍ଷେତ୍ରରେ କାମ୍ପାର ଆର୍ଥିକ ଅନୁଦାନର ବିନିଯୋଗ ହେଉଥିବାରୁ ଏହାର ତର୍ଜମା କରିଛନ୍ତି ଏହି ଦଳ। କାମ୍ପାର ଅନୁଦାନରେ ରାସ୍ତା ନିର୍ମାଣ, ଦଳ ସଫା, ଚାରାରୋପଣ ସାଙ୍ଗକୁ ବିଭିନ୍ନ ଏନ୍‌କ୍ଲୋଜରର ମରାମତି କାର୍ଯ୍ୟ ହୋଇଥିବାରୁ ଏହି ପ୍ରତିନିଧି ଦଳ ଉକ୍ତ କାର୍ଯ୍ୟଗୁଡିକର ମାନ ପରଖିଥିଲେ। ନନ୍ଦନକାନନ କର୍ତ୍ତୃପକ୍ଷ ଏହି ପ୍ରତିନିଧି ଦଳଙ୍କ ସହ ରହି ହୋଇଥିବା କାର୍ଯ୍ୟଗୁଡିକୁ ଦେଖାଇଥିଲେ। ତେବେ ହଠାତ୍‌ ଭିଜିଲାନ୍ସ ପରେ କାମ୍ପା ପ୍ରତିନିଧିଙ୍କର ଆଗମନକୁ ନେଇ ନନ୍ଦନକାନନରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି।

Share