ନନ୍ଦନକାନନ ଗଲା ବଜ୍ରକାପ୍ତା

ବାରିପଦା ଅଫିସ, ୮ା୧୧- ମୟୂରଭଞ୍ଜ ଜିଲା ବାରିପଦା ସହର ଉପକଣ୍ଠସ୍ଥିତ ଆସନଯୋଡ଼ା ନିକଟସ୍ଥ ଏକ ଢାବାରୁ ଗତ ସେପ୍ଟେମ୍ବର ୨୯ରେ ବନ ବିଭାଗ ପକ୍ଷରୁ ଜବତ ହୋଇଥିବା ବଜ୍ରକାପ୍ତାକୁ ଗୁରୁବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପଠାଯାଇଛି। ଏକ ସ୍ବତନ୍ତ୍ର ପିଞ୍ଜରାରେ ଏହାକୁ ପଠାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଏହି ବଜ୍ରକାପ୍ତା ଜବତ ହେବାର ଦିନକ ପରେ ଏକ ଶାବକକୁ ଜନ୍ମ ଦେଇଥିଲା। ପରେ ଗତ ୪ ତାରିଖରେ ଶାବକର ମୃତ୍ୟୁ ଘଟିଥିଲା। ୫ ତାରିଖରେ ହଠାତ୍‌ ବଜ୍ରକାପ୍ତାଟି ଗାଏବ ହୋଇଯାଇଥିଲା। ତେବେ ସନ୍ଧାନୀ କୁକୁର ସହାୟତାରେ ବହୁ ଖୋଜାଖୋଜି କରିବା ପରେ ପୁନର୍ବାର ଏହାକୁ ବନ ବିଭାଗ ଠାବ କରିଥିଲା।