ନନ୍ଦନକାନନ: ୩୫ହଜାର ପର୍ଯ୍ୟଟକ

ବାରଙ୍ଗ,୨ା୧(ଡି.ଏନ୍‌.ଏ): ନୂଆବର୍ଷର ପ୍ରଥମ ଦିନରେ ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ୩୫ହଜାର ୮୪୭ଜଣ ପର୍ଯ୍ୟଟକ ଆସିଥିବା ନନ୍ଦନକାନନ ଉପନିର୍ଦ୍ଦେଶ ଜୟନ୍ତ କୁମାର ଦାଶ କହିଛନ୍ତି। ଗତ କିଛିଦିନ ତଳେ ନନ୍ଦନକାନନର ପ୍ରତିଷ୍ଠା ଦିବସରେ ନୂଆ ଏନ୍‌କ୍ଲୋଜରରେ ଛଡ଼ାଯାଇଥିବା ଦୁଇ କଳାଲୋମଯୁକ୍ତ ବାଘଛୁଆକୁ ଦେଖିବା ପାଇଁ ଅଧିକ ଭିଡ଼ ରହିଥିଲା। ତେବେ ବୁଧବାର ଆସିଥିବା ପର୍ଯ୍ୟଟକମାନଙ୍କଠାରୁ ରାଜସ୍ବ ବାବଦରେ ୧୫ଲକ୍ଷ ୫ହଜାର ଟଙ୍କା ଆଦାୟ କରାଯାଇଛି। ସେହିଭଳି ବଟାନିକାଲ ଗାର୍ଡେନକୁ ନବବର୍ଷ ଅବସରରେ ୪ହଜାର ୨୬୮ଜଣ ପର୍ଯ୍ୟଟକ ଆସିଥିବା ଜଣାପଡିଛି। ଏଠାରେ ରାଜସ୍ବ ବାବଦରେ ୧ଲକ୍ଷ ୬୯ହଜାର ୧୦୦ଟଙ୍କା ଆଦାୟ କରାଯାଇଛି। ତେବେ ନନ୍ଦନକାନନକୁ ଗତବର୍ଷଠାରୁ ୭ହଜାର ୫୮୦ଜଣ ପର୍ଯ୍ୟଟକ କମ୍‌ ଆସିଥିବା ଜଣାପଡ଼ିଛି। ସେହିପରି ବଟାନିକାଲ ଗାର୍ଡେନକୁ ଗତବର୍ଷଠାରୁ ଚଳିତବର୍ଷ ୧୩୬୦ଜଣ ପର୍ଯ୍ୟଟକ ଅଧିକ ଆସିଛନ୍ତି।

Share