ଭୁବନେଶ୍ୱର,୧୫।୧୦(ବ୍ୟୁରୋ):ନନ୍ଦନକାନନରେ ପୁଣି ଏକ ମହାବଳ ବାଘ ଆଖି ବୁଜିଛି। ମଙ୍ଗଳବାର ସକାଳ ୧୦.୧୫ ଧଳା ମହାବଳ ବାଘ ‘ଶୁଭ୍ରାଂଶୁ’ର ମୃତ୍ୟୁ ହୋଇଥିବା ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ ସୂଚନା ମିଳିଛି। କିଛି ଦିନ ହେଲା ଶୁଭ୍ରାଂଶୁ ରକ୍ତ ସଂକ୍ରମଣଜନିତ ରୋଗରେ ପୀଡ଼ିତ ଥିଲା । ଶନିବାର ହଠାତ ପଡ଼ିଯିବା ପରେ ଖାଦ୍ୟ ଗ୍ରହଣ କରୁ ନ ଥିଲା। ଓୟୁଏଟି ବିଶେଷଜ୍ଞଙ୍କ ଦ୍ୱାରା ଶୁଭ୍ରାଂଶୁର ଚିକିତ୍ସା ଚାଲିଥିଲା। ହେଲେ ମଙ୍ଗଳବାର ତା’ର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଏବେ ନନ୍ଦନକାନନରେ ୧୨ଟି ଅଣ୍ଡିରା ଏବଂ ୧୩ଟି ମାଈ ବାଘ ଅଛନ୍ତି।