ଢେଙ୍କାନାଳ ଅଫିସ, ୧୩।୬ – ଢେଙ୍କାନାଳ ସହରରେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଏବଂ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଲାଗି ଢେଙ୍କାନାଳ କ୍ରାନ୍ତି ଅନୁଷ୍ଠାନ ପକ୍ଷରୁ ଦାବି ହୋଇଛି। ଏ ନେଇ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀଙ୍କୁ ଲିଖିତ ଭାବେ ଦାବିପତ୍ର ଦିଆଯାଇଛି। ସଙ୍ଗଠନର ସଭାପତି ଆଇନଜୀବୀ ଦୀପ୍ତିଶ ପ୍ରସାଦ ପଟ୍ଟନାୟକ, ସମ୍ପାଦକ ଭରତ କୁମାର ଦାସ ପ୍ରମୁଖ ଜିଲା ପ୍ରଶାସନ ଜରିଆରେ ଏହି ଦାବିପତ୍ର ପ୍ରଦାନ କରିଥିଲେ।