ନନ୍ଦିନୀଙ୍କ ୮୮ତମ ଜୟନ୍ତୀ: ପ୍ରତିମୂର୍ତ୍ତିରେ ମନ୍ତ୍ରୀ, ନେତାଙ୍କ ମାଲ୍ୟାର୍ପଣ; ଶ୍ରଦ୍ଧାଞ୍ଜଳି ଦେଲେ ‘ଧରିତ୍ରୀ ଓ ଓଡ଼ିଶାପୋଷ୍ଟ’ ପରିବାର

ଭୁବନେଶ୍ୱର,୯।୬(ବ୍ୟୁରୋ): ଭାରତୀୟ ସଂସ୍କୃତି ଏବଂ ରାଜନୀତି କ୍ଷେତ୍ରରେ ନିଜର ବଳିଷ୍ଠ ବ୍ୟକ୍ତିତ୍ୱର ଛାପ ଛାଡ଼ିଥିବା ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ରବିବାର ହେଉଛି ୮୮ତମ ଜୟନ୍ତୀ। ଏହି ଅବସରରେ ରାଜଭବନ ନିକଟସ୍ଥ ଏଲ୍‌ଆଇସି ଛକଠାରେ ଥିବା ନନ୍ଦିନୀ ଦେବୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜ୍ଞାନ ଓ ପ୍ରଯୁକ୍ତି, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ନନ୍ଦିନୀଙ୍କ ସ୍ମୃତିଚାରଣ କରି ତାଙ୍କର ଜନସେବା, ନିଷ୍ଠା, ସାହସ, ସାହିତ୍ୟ ପ୍ରତି ରୁଚି, ରାଜନୈତିକ ବିଚକ୍ଷଣତା ଆଦିକୁ ମନେ ପକାଇଥିଲେ। ଏଥିସହ ‘ଧରିତ୍ରୀ ଓ ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଆଦ୍ୟାଶା ସତପଥୀ, ମାର୍କେଟିଂ ମୁଖ୍ୟ ହିମାଂଶୁ ହୋତାଙ୍କ ସହ କର୍ମକର୍ତ୍ତାମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏତଦ୍‌ବ୍ୟତିତ ଉତ୍କଳ ସମ୍ମିଳନୀ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖାର ସଭାପତି ଦିଲୀପ ଦାଶଶର୍ମାଙ୍କ ନେତୃତ୍ୱରେ ସମ୍ମିଳନୀର କର୍ମକର୍ତ୍ତାମାନେ ମଧ୍ୟ ନନ୍ଦିନୀଙ୍କୁ ପ୍ରଣତି ଜଣାଇଛନ୍ତି।

Share